ଖୋର୍ଦ୍ଧା: ତ୍ରିପୁରା ରାଜ୍ୟର ସିପିଆଇଏମ୍ କାର୍ଯ୍ୟାଳୟ ଓ କର୍ମୀମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲା ସିପିଆଇଏମ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ଖୋର୍ଦ୍ଧା ସମ୍ପାଦକ ମଣ୍ଡଳୀ ସଭ୍ୟ ସାରଙ୍ଗଧର ବେହେରା ଅଧ୍ୟକ୍ଷତା କରିଥିଲେ।
ଏଥିରେ ଜିଲ୍ଲା ସମ୍ପାଦକ ଅନନ୍ତ ମଙ୍ଗରାଜ, ଗିରିଶଚନ୍ଦ୍ର ମହାରଣା, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଶୈଳେଶ କୁମାର ବଳିଆରସିଂହ, କିଶୋର ଚନ୍ଦ୍ର ପରମଗୁରୁ, ନିରଂଜନ ବେହେରା ପ୍ରମୁଖ ସିପିଆଇଏମ୍ କର୍ମୀଙ୍କ ଉପରେ ଆକ୍ରମଣରେ ବିଜେପିର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଅଭିଯୋଗ କରିବା ସହ ନିନ୍ଦା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Khordha-CPIM-ra-Bikhyobha.jpeg)