ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନରେ ଜାଲିଆତି ହୋଇଥିବା ଅଭିଯୋଗ କରି ଆଜି ଖୋର୍ଦ୍ଧା ବ୍ଲକ ବିଜେପି ପକ୍ଷରୁ ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ପୂର୍ବାହ୍ଣରେ ହୋଇଥିବା ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର, ମଣ୍ଡଳ ସଭାପତି ପ୍ରଦୀପ୍ତ କୁମାର ପାଣି, ଜିଲ୍ଳା ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର, ରାଜୀବ ଲୋଚନ ଷଡ଼ଙ୍ଗୀ, ଗଗନ ପାଇକରାୟ, ଟିକି ମେହେମ୍ମୁଦ୍, ଗତିକୃଷ୍ଣ ପଟ୍ଟନାୟକ, ବଦ୍ରିନାରାୟଣ ଦାଶ, କୃଷ୍ଣଚନ୍ଦ୍ର ଦାଶ, ଗଣେଶ ବେହେରା, ଶୁଭାଙ୍କାକ୍ଷୀ ପାଲଟାସିଂହ, ଦିବାକର ଭୋଇ ପ୍ରମୁଖଙ୍କ ସହ ଅନ୍ୟ ଦଳୀୟ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
ଏହାପରେ ଉପଯୁକ୍ତ ହିତାଧିକାରୀ ଚୟନ କରିବା ଦାବିରେ ଏକ ସ୍ମାରକପତ୍ର ପଂଚାୟତ ସମିତି ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁଙ୍କୁ ପ୍ରଦାନ କରିଥିଲେ।