ବାରିପଦା: ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର ଲକ୍ଷାଧୀକ ବେକାର ଯୁବକଯୁବତୀ ଆତ୍ମନିର୍ଭରଶୀଳ କରାଇବା ଦାବି ନେଇ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁସାରେ ଆଜି ଭଂଜସେନା ପକ୍ଷରୁ "ସରକାର ମୋତେ ରୋଜଗାର ଦିଅ" ନାରା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଧାରଣାରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଯୁବକଯୁବତୀ ସାମିଲ ହୋଇଥିଲେ। ଭଂଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଅଧକ୍ଷତାରେ ଏବଂ ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଆଜିର ଏହି ଗଣବିକ୍ଷୋଭ ଶାନ୍ତିପୂର୍ଣ ଭାବେ ଅନୁଷ୍ଠିତ ହୋଇଥିବା ବେଳେ ଭଂଜସେନାର ଜିଲ୍ଲା କର୍ମକର୍ତ୍ତା ନେତୃମଣ୍ଡଳୀ ଓ ଆଗଧାଡ଼ିର ଯୁବଛାତ୍ର ନେତା ମାନେ ନିଜ ଅଭିଭାଷଣରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ କୋହଭରା ନିବେଦନ କରିବା ସହିତ ଯଦି ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ମୟୁରଭଞ୍ଜର ଏହି ମୌଳିକ ସ୍ୱାର୍ଥ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତେବେ କେନ୍ଦ୍ର ରାଜ୍ୟରେ ସାଶନ କ୍ଷମତାରେ ଥିବା ବିଜେପି ଓ ବିଜେଡି ଦଳର ପ୍ରତ୍ୟେକ ନେତା ମନ୍ତ୍ରୀଙ୍କୁ ଗାଁଗାଁରେ ଅଣ୍ଡାମାଡ଼ ହେବ ବଲି ଚେତାବନୀ ଦିଆଯାଇଛି। ସରଳିଆ ମୟୁରଭଞ୍ଜିଆଙ୍କୁ ଭୂଆଁ ବୁଲାଇ ଆଉ ସଶ୍ତା ରାଜନୀତି ଚାଲିବ ନାହିଁ ବୋଲି କୁହାଯାଇଛି। ଆଜିର ଗଣବିକ୍ଷୋଭରେ ଭଂଜସେନା ପକ୍ଷରୁ ଏକ ବିରାଟ ବ୍ୟାନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଡ଼ିଂ ହୋଇଥିଲା। ଯେଉଁ ବ୍ୟାନର ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡିକ ଚିତ୍ରିତ ହୋଇଥିଲା ଏବଂ ମୟୁରଭଞ୍ଜର ଐତିହମାନ ମଧ୍ୟ ଚିତ୍ରିତ ହୋଇଥିଲା। ତାସହିତ ଆଜିର ସଭାରେ ମୟୁରଭଞ୍ଜ ଜିଲ୍ଲାର ଜଣେ ଜଣାଶୁଣା ଯୁବ କ୍ରୀଡ଼ାବିତ ଶ୍ରୀ ଅମିତ ପରିଡା ଭଂଜସେନା ସଂଗଠନ ସହ ସାମିଲ ହୋଇଥିଲେ ଏବଂ ତାଙ୍କୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପୁଷ୍ପ ଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ।

Advertisment

publive-image Sambad

ଆଜିର ଏହି ବିଶାଳ ଗଣ ବିକ୍ଷୋଭ ସଭାକୁ ଭଂଜସେନା ଓ.ବି.ସି ସେଲ ସଭାପତି ରାକେଶ ବେହେରା ପରିଚାଳନା କରିଥିବା ବେଳେ, ଭଂଜସେନା ପୂର୍ବତନ ଅଧକ୍ଷ ସତ୍ୟସ୍ୱରୂପ ଦାଶ, ପୂର୍ବତନ କାର୍ଯ୍ୟକାରୀ ଅଧକ୍ଷ ରାକେଶ ସିଂହ, ପୂର୍ବତନ ଉପାଦକ୍ଷ ନିମାଇଁ ତ୍ରିପାଠୀ, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ମହିଳା ଶାଖା ସଭାନେତ୍ରୀ ଚନ୍ଦନା ଦାସ, ଯୁବଶାଖା ସଭାପତି ମାନସ ବେହେରା, ଛାତ୍ର ଶାଖା ସଭାପତି ସୌମ୍ୟରଂଜନ ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ.କେ.ରାଜାଖାନ, ବାରିପଦା ଉପଖଣ୍ଡ ସଭାପତି ତଥା ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ବାମନଘାଟି ଉପଖଣ୍ଡ ସଭାପତି ସୌମିତ କୁମାର ବଳ, କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି, ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ହେମ୍ବ୍ରମ, ଜିଲ୍ଲା ସାଧାରଣ ସମ୍ପାଦକ ମୋହିତ ବିଶୋଇ, ଜିଲ୍ଲା ସାଂଗଠନିକ ସମ୍ପାଦକ ଧନଞ୍ଜୟ ସାହୁ, ପୂର୍ବତନ ଜିଲ୍ଲା ଉପସଭାପତି ଜିତୁ ଶିବାନନ୍ଦ, ଆଦିବାସୀ ସେଲ କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଟୁଡୁ, ଆଦିବାସୀ ସେଲ କାର୍ଯ୍ୟକାରୀ ସଭାପତି ଶିବ ଶଙ୍କର ସିଂହ, ବାରିପଦା ସହର ସଭାପତି ପ୍ରୀତମ ପଣ୍ଡା, ରାଇରଙ୍ଗପୁର ଟାଉନ ସଭାପତି ମୃତ୍ୟୁଞ୍ଜୟ ସାନ ଡାଙ୍ଗୁଆ, ଯୁବ ସଂଗଠକ ରାକେଶ ମହାନ୍ତି ପ୍ରମୁଖ ବହୁ କର୍ମୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।