ସୁନ୍ଦରଗଡ: ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଜି ବିକ୍ଷୋଭ କରିଛନ୍ତି ଏମସିଏଲ ବିସ୍ଥାପିତ ପରିବାର | ଆନ୍ଦୋଳନରେ ହଜାର ହଜାର ଏମସିଏଲ ବିସ୍ଥାପିତ ପରିବାର ସାମିଲ ହୋଇଛନ୍ତି । ସେମାନଙ୍କ କହିବା କଥା ଯେ ଜମି ନେଇଗଲା ପରେ ଦାଉ ସାଧୁଛି ଏମସିଏଲ୍। ୧୪ ଖଣ୍ଡ ଗ୍ରାମର ବିସ୍ଥାପିତ ପରିବାରଙ୍କୁ ଉଚିତ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ଓ ପୁନର୍ବାସ କ୍ଷେତ୍ରରେ ଆର୍ ଆର୍ ପଲିସି ୨୦୦୬ ଓ ସଂଶୋଧିତ ଆଇନ ୨୦୧୩ ର ଖୋଲାଖୋଲି ଉଲଂଘନ ନେଇ ହଜାର ହଜାର ବିସ୍ଥାପିତ ସୁନ୍ଦରଗଡ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି। ଆସନ୍ତା ନିର୍ବାଚନରେ ସାମୁହିକ ଭୋଟ ବର୍ଜନ ଦାବି କରି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ହଜାର ହଜାର ବିସ୍ଥାପିତ ପରିବାର ।