କୁରୁଡ଼ା ରାଇସ୍ ମିଲ୍ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ

ବାଲେଶ୍ୱର : ବାଲେଶ୍ୱର କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ଆଜି ସକାଳେ କମ୍ପାନି ଆଗରେ ବିକ୍ଷୋଭ କରିଛନ୍ତି। ରାଇସ୍ ମିଲରୁ ବାହାରୁଥିବା ଅପରିଷ୍କାର ପାଣି, ପାଉଁଶ, ଧୂଳିଧୂଆଁରେ ଲୋକେ ୧୦ ବର୍ଷ ହେଲା ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏମିତିକି ବହୁ ଲୋକେ ବିଭିନ୍ନ ରୋଗରେ ଶିକାର ହେଉଛନ୍ତି।

ବାରମ୍ବାର ଏନେଇ ଅଞ୍ଚଳବାସୀ ପ୍ରଶାସନକୁ ଜଣାଇଥିଲେ ବି କିଛି ସୁଫଳ ହୋଇନି। ଫଳରେ ବାଧ୍ୟ ହୋଇ ଅଞ୍ଚଳବାସୀ ଆଜି ରାଇସ୍ ମିଲ ଆଗରେ ବିକ୍ଷୋଭ କରିବା ସହିତ ଗେଟରେ ତାଲା ପକେଇ ଦେଇଛନ୍ତି। ଶୀଘ୍ର ରାଇସ୍ ମିଲ ବନ୍ଦ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର