ଖୋର୍ଦ୍ଧା: ମଳିପଡ଼ା ଠାରେ ଥିବା ଏକ ଘରୋଇ ଢାବାକୁ କେନ୍ଦ୍ର କରି ଉପଜୁଥିବା ବିବାଦରେ ଅସାମାଜିକ ବ୍ୟକ୍ତିଙ୍କୁ ପୁଲିସ ସହାୟତା କରୁଥିବା ଅଭିଯୋଗ କରି ଆଜି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଜଙ୍କିଆ ଥାନା ଘେରାଉ କରାଯାଇଛି। ଆଜି ପୂର୍ବାହ୍ନରେ ବିଜେପିର ଖୋର୍ଦ୍ଧା ଶାଖାର ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକ ସୁମିତ୍ର ପ୍ରଧାନ, ସାଂସଦଙ୍କ ଭୁବନେଶ୍ୱର ପ୍ରତିନିଧି ସୌଭାଗ୍ୟ ଲକ୍ଷ୍ମୀ ଦାସଙ୍କ ସମେତ ୪୦ରୁ ଉର୍ଦ୍ଧ୍ବ ମହିଳା ଜଙ୍କିଆ ଥାନା ସମ୍ମୁଖରେ ପହଂଚି ଧାରଣା ଦେଇଥିଲେ। ଏନେଇ ସୁମିତ୍ରା ପ୍ରଧାନ କହିଛନ୍ତି ଯେ ମଳିପଡ଼ା ଠାରେ ଥିବା ମିଶ୍ରଢାବାକୁ ଅକ୍ତିଆର କରିବାକୁ କେତେକ ଅସାମାଜିକ ବ୍ୟକ୍ତି ଚେଷ୍ଟା କରୁଛନ୍ତି।

Advertisment

ଏନେଇ ସେମାନେ ଢାବାର ମାଲିକ ଥିବା ୪ଜଣ ଭଉଣୀଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ଥାନାରେ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରାୟ ୧ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଧାରଣା ଦେବା ପରେ ନିରାକାରପୁର ଥାନାର ଅଧିକାରୀ ଓ ପୁଲିସ ଆସି ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା।