ଟିଟିଲାଗଡ଼: ଗାଁସାଥୀଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରି ୭ ଦଫା ଦାବି ନେଇ ଟିଟିଲାଗଡ଼ ବ୍ଲକ୍ ଗାଁସାଥୀ ସଂଘ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ଜଳଧର ଧରୁଆଙ୍କ ନେତୃତ୍ବରେ ଶତାଧିକ ଗାଁସାଥୀ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପଠାରୁ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।
ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କୁ ଦାବିପତ୍ର ଦେଇଥିଲେ। ସଙ୍ଘର ଦାବିଗିଡ଼ିକ ମଧ୍ୟରେ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗାଁସାଥୀଙ୍କୁ ପାଉଣା ମିଳିନଥିବା, ମନ୍ରେଗା ଯୋଜନାରେ ଠିକାଦାରଙ୍କୁ ହଟାଯିବା, ଗାଁସାଥୀଙ୍କୁ ସ୍ଥାୟୀ କରିବା ସହ ମାସକୁ ୧୦ ହଜାର ଟଙ୍କା ପ୍ରଦାନ କରିବା ଆଦି ରହିଛି। ଦାବି ପୂରଣ ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ପରମାନନ୍ଦ ତାଣ୍ଡି, ଧର୍ମେନ୍ଦ୍ର ନାଗ, ରୋହିତ ବାଗ, ମୁକେଶ ଛତର, ରମେଶ ରଣା ପ୍ରମୁଖ ଉପସ୍ଥିତଥିଲେ।