ଦରଦାମ ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ-‘କ’ର ବିକ୍ଷୋଭ

ଖୋର୍ଦ୍ଧା: ରାଜ୍ୟରେ ବିଦ୍ୟୁତ୍ ଶୁଲ୍କ ବୃଦ୍ଧି, ଇନ୍ଧନ ଗ୍ୟାସ, ପେଟ୍ରୋଲ୍, ଡିଜେଲ୍ ଆଦିର ଦର ବୃଦ୍ଧି ହ୍ରାସ କରିବା ଦାବିରେ ଆଜି ଏସୟୁସିଆଇ- କମ୍ୟୁନିଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଜି ପୂର୍ବାହ୍ଣ ସାଢ଼େ ୧୦ଟାରେ ଏସୟୁସିଆଇର କର୍ମକର୍ତ୍ତା ଓ ସଦସ୍ୟମାନେ ପ୍ଲାକାର୍ଡ ଓ ବ୍ୟାନର ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ କୃଷି ଆଇନ ପ୍ରତ୍ୟାହାର କରିବା, ଡିଜେଲ୍ ଓ ପେଟ୍ରୋଲ୍ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଅନୁରୋଧ କରାଯାଇଛି ।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅଶୋକ ସାହୁ, ଜୟନ୍ତ ମହାନ୍ତି, ପ୍ରଶାନ୍ତ ରାଉତରାୟ, ଅବିନାଶ ପ୍ରଧାନ, ଶ୍ରୀକାନ୍ତ ନାୟକ, ସଂଘମିତ୍ର ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର