ଝୁମ୍ପୁରା: ଝୁମ୍ପୁରା ବ୍ଲକ୍‌ ଉଖୁଣ୍ଡା କଲ୍ୟାଣମଣ୍ଡପରେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଉଖୁଣ୍ଡା ସମେତ ଆଖପାଖ ଗ୍ରାମରୁ ଲୋକେ ଶିବିରକୁ ଆସି ନିଜ ସମସ୍ୟା ଜଣାଇଥିଲେ। ଭତ୍ତା, ଶିକ୍ଷା, ବିଦ୍ୟୁତ୍‌, ରାସ୍ତା, ରାସ୍ତା ସମ୍ପର୍କିତ ମୋଟ ୫୫ଟି ଅଭିଯୋଗ ଆସିଥିଲା।

Advertisment

ଅଭିଯୋଗ ଶୁଣାଣିରେ ବିଦ୍ୟାଧର ବେହେରା, ଦୀନବନ୍ଧୁ ନାଏକ, ଝୁମ୍ପୁରା ତହସିଲଦାର ରୋହିତ ବାଗ, ସହକାରୀ କାର୍ଯ୍ୟନିର୍ବହୀ ଯନ୍ତ୍ରୀ ସ୍ବାଗତିକା ଦାସ, ଯୋଗାଣ ଅଧିକାରୀ ସରିତା ମିର୍ଦ୍ଧା, ପିଇଓ ଭବାନୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।