ହାଡିଆରେ ପଂଚାୟତସ୍ତରୀୟ ଜନ ଶୁଣାଣି ଓ ମାଗଣା ସ୍ବାସ୍ଥ୍ୟ ଶିବିର

ଜୟପୁର:ଜୟପୁର ବ୍ଲକ ଅର୍ନ୍ତଗତ ହାଡିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ  , ସଚେତନତା ଶିବିର ସହ  ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ହାଡିଆ ସରପଂଚ ସଭାପତିତ୍ବ କରିଥିଲେ। ଶିବିରରେ ପଂଚାୟତର ବିଭିନ୍ନ ଗ୍ରାମାଂଚଳର ଲୋକେ ବିଭିନ୍ନ ସମସ୍ୟା, ଆପତ୍ତି, ଅଭିଯୋଗ,ପାନୀୟଜଳଯୋଗାଣ ସହ  ଆବଶ୍ୟକତା ଓ ସମସ୍ୟା ଗୁଡିକ ସଂପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଗ୍ରାମବାସୀ ମାନେ ଦୃଷ୍ଟି ଆକର୍ଷଣ କରାଇଥିଲେ।

ବିଭିନ୍ନ ଗାଁର ଯୋଗ୍ୟ ହିତାଧିକାରୀ ମାନେ  ବିଭିନ୍ନ ଭତ୍ତା ପାଉନଥିବା ଏବଂ  ଯେଉଁ ସବୁ ହିତାଧିକାରୀ ମାନେ ଭତ୍ତା ପାଉଛନ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ନିୟମିତ ଭାବେ ଭତ୍ତା ଟଙ୍କା ଜମା ହେଉନଥିବା ଓ  ୪ରୁ ୫ମାସ ପର୍ଯ୍ୟନ୍ତ ଭତ୍ତା ମିଳୁନଥିବା ଅଭିଯୋଗ କରିଥିଲେ। କିଛି ଗାଁକୁ ନୂଆ ରାସ୍ତା ନିର୍ମାଣ ସଂପର୍କରେ ଅନୁରୋଧ କରିଥିଲେ। ବିଡିଓ ରାଜୀବ ଦାସ ଯୋଗ ଦେଇ ପୂର୍ବ ବୈଠକରେ କରାଯାଇଥିବା ଆପତ୍ତି ଅଭିଯୋଗର କେତେ ଦୁର ସମାଧାନ କରିଛନ୍ତି ସେ ନେଇ ସୂଚନାଦେବା ସହ ୫ଟି ହାଇସ୍କୁଲ ନିର୍ମାଣ, ନୂଆ ହାଡିଆ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ଆଦି ସଂପର୍କରେ ଆଲୋଚନା କରିଥିଲେ।  ଏଥିରେ  ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ମନୋଜ ନାୟକ, ଏପିଓ ମାନସରଂଜନ କର, ବିଏସଏସଓ ନିଶା ନାୟର , ପିଇଓ, ଜିଆରଏସ  , ଯୋଗାଣ ସହାୟକ ଙ୍କ ସମେତ  ସ୍ବାସ୍ଥ୍ୟ, ପ୍ରାଣୀଧନ, କୃଷି, ବିଭାଗର ଅଧିକାରୀ ଆଦି ଭାଗ ନେଇ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ରାବଣାଗୁଡା ସିଏଚସି ପକ୍ଷରୁ ଏହି ପରିସରରେ ସ୍ବାସ୍ଥ୍ୟ ଶିବିର ଅୟୋଜନ ହୋଇଥିଲା।   ଏଥିରେ ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା।

 

 

 

 

 

 

 

ସମ୍ବନ୍ଧିତ ଖବର