ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବିରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜି ଏକ ଜନ ସମାବେଶ ଓ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ କୁବେର ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ନର୍ଲା ଜୋନ ୩ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ, ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଂଗ୍ରେସ ବ୍ଲକ ସଭାପତି ସମୀର ଚାନ୍ଦ, ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ଶିଳ୍ପପତି ବିମଳ କେଡ଼ିଆ, ବିଜେପିର ବରିଷ୍ଠ ନେତା ପର୍ଶୁରାମ ପଣ୍ଡା, ବୁଦ୍ଧିଜୀବୀ ତଥା ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ ପ୍ରମୁଖ ଯୋଗ ଦେଇଥିଲେ।

Advertisment

publive-image

ବୈଠକରେ ଉପସ୍ଥିତ ଜନତା ମତବ୍ୟକ୍ତ କରି କହିଥିଲେ, ଭୌଗୋଳିକ ଦୃଷ୍ଟି କୋଣରୁ ଉପଖଣ୍ଡ ହେବାପାଇଁ ନର୍ଲା ହିଁ ଉପଯୁକ୍ତ ସ୍ଥାନ। କାରଣ କର୍ଲାମୁଣ୍ଡା, ମ.ରାମପୁର ଓ ଲାଞ୍ଜିଗଡ ବ୍ଲକର ମଧ୍ୟସ୍ଥଳରେ ନର୍ଲାବ୍ଲକ ଥିବାରୁ ନର୍ଲାକୁ ଉପଖଣ୍ଡ ମାନ୍ୟତା ଦେବା ଯୁକ୍ତିଯୁକ୍ତ। ଆଜିଠୁଁ ଆନ୍ଦୋଳନ ଜାରି ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୁଲ୍ଲଭ ମାହାର, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ, ବିଜେପି ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ, ସରୋଜ ବୁଦ୍ଧିଆ, ସମାଜସେବୀ କାମିନୀ କିନ୍ନରଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଯିବୀ ଯୋଗଦାନ କରି ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବିରେ ନିଜର ମତାମତ ଉପସ୍ଥାପନା କରିଥିଲେ ।