ଘୁମୁସର ଉଦୟଗିରିରେ କୃଷକ ଜନ ଶୁଣାଣି ଶିବିର

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦ ତରଫରୁ ରାଇକିଆ ଆରଏମ୍‌ସି ପ୍ରାଙ୍ଗଣ ଠାରେ କୃଷକମାନଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ପରିଷଦର ସଭାନେତ୍ରୀ ଦମୟନ୍ତୀ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମ ଭାଗରେ କୃଷକମାନଙ୍କ ସମସ୍ୟା ଗୁଡ଼ିକ ପଞ୍ଜିକରଣ କରାଯାଇଥିଲା ଯେଉଁ ଥିରେ ହଳଦୀ ଚାଷୀମାନଙ୍କ ସାମୁହିକ ସମସ୍ୟା ୨୦୧୨-୧୩ ମସିହାର ହଳଦୀ ଚାଷ ଋଣ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ କାର୍ଯ୍ୟରେ ମଜୁରିଆମାନଙ୍କୁ ସେମାନଙ୍କ ପାରିଶ୍ରମିକ ମୂଲ୍ୟ ପ୍ରଦାନରେ ଚଞ୍ଚକତା, ଗାଇ ଗୁହାଳ, ଛେଳି ଗୁହାଳ ଏବଂ ଶ୍ରୀ ପଦ୍ଧତିରେ ଧାନ ଚାଷ ପାଇଁ ଆର୍ଥିକ ସହାୟତା ପ୍ରଦାନରେ ଅବ୍ୟବସ୍ଥା ନେଇ ଚର୍ଚ୍ଚା ହୋଇଥିଲା।

ସେହିପରି ରିହାତି ଦରରେ ୨୦୧୮-୧୯ ମସିହା ରୁ କିରୋସିନି ପାଣିପମ୍ପ ଆଇଟିଡିଏ ମାଧ୍ୟମରେ ଯୋଗାଇ ଦେବା ନାରେ ଚାଷୀ ମାନଙ୍କ ଠାରୁ ୩୫୦୦/- ଟଙ୍କା, ଗଭିର କୂପ ଖନନ ପାଇଁ ଅ଼ଂଶଧନ ପୈଠ ଭାବେ ୧୫୦୦୦ ରୁ ୨୦୦୦୦ ଟଙ୍କା, ଛେଳି ଋଣ ପାଇଁ ଅନୈତିକ ଭାବେ ଟଙ୍କା ଆଦାୟ କରିବା ଏବଂ ଆଳୁ, ମାଣ୍ଡିଆ, ଷୋରିଷ ମଞ୍ଜି ଯୋଗାଇ ଦେବାରେ ଠକାମୀ, କୃଷି ଜାତ ଦ୍ରବ୍ୟର ବିକ୍ରିବଟା ରେ ସମସ୍ୟା ଏବଂ ଶୋଷଣର ଶିକାର, କୃଷକ ମାନଙ୍କ ସାମୁହିକ ବିକାଶ ପାଇଁ ଉଦ୍ଦିଷ୍ଟ ପ୍ରତିଷ୍ଠାନ ଗୁଡିକ ର ପରିଚାଳନା ଗତ ତୃଟି ଏବଂ ର୍କମର୍କତ୍ତା ମାନଙ୍କ ର୍ଦୂନୀତିଖୋର ମନଭାବ ଫଳରେ କୃଷକ ମାନେ ହନ୍ତସନ୍ତ ହେଉଥିବା, ‌ବାର୍ଦ୍ଧକ୍ୟ , ଶାରିରୀକ ଅକ୍ଷମ ଭତା ରୁ ବଞ୍ଚିତ ହେବା, ଶିକ୍ଷିତ ୟୁବା ବ୍ୟାଙ୍କ ର୍କମର୍କତ୍ତା ମାନଙ୍କ ଦ୍ଵାରା ଅମାନୁଷିକ ବ୍ୟବହାର ଏବଂ ନକାରାତ୍ମକ ଭାବନାର ଶିକାର ହେଉଥିବା, ଜଳଛାୟା ପ୍ରକଳ୍ପ ଗୁଡ଼ିକ ରେ ୟୁଜରସ୍ ଗୃପ ରେ ରିଭଲଭିଂ ଫଣ୍ଡ ଦୁର୍ନୀତି, ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଏବଂ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳନାରେ ସ୍ବଚ୍ଛତାର ଅଭାବ ଦେଖାଦେଇଥିବା ପଞ୍ଚାୟତ ସମିତିର ଚାଷୀ ମାନେ ଯୋଗଦେଇ ନିଜନିଜର ସମସ୍ୟା ଉପସ୍ଥାପନା କରିଥିଲେ।

ଉକ୍ତ ଶିବିରରେ ସ୍ଥାନୀୟ ପଶୁ ଚିକିତ୍ସା ଅଧିକାରୀ ଡ଼ଃ ଋଦ୍ରାବିତ୍ତ ସେଠୀ, କସମ୍ ସମ୍ପାଦକ ଅନୀଲ କୁମାର ପଟ୍ଟନାୟକ, ଅଜିତ କୁମାର ବେହେରା, ସରକାରୀ ମତ୍ସ୍ୟ ଅଧିକାରୀ, ରୋହିତ କୁମାର ପଣ୍ଡା, କ୍ଷେତ୍ର ପରିଚାଳକ ଉଦ୍ୟାନ ବିଭାଗ, ସଚିନ୍ଦ୍ର କୁମାର ସେଠୀ ବ୍ଲକ କୃଷି ଅଧିକାରୀ, ରମାକାନ୍ତ ପରିଡା (ଏଡିଏସ୍‌ଓ), କୁମାରୀ ଅର୍ଚ୍ଚନା ନାୟକ (ଏପିଡି) ଜିଲ୍ଲା ମୃତ୍ତିକା ସଂରକ୍ଷଣ ତଥା ଜଳ ବିଭାଜିକା ପ୍ରକଳ୍ପ , ଫୁଲବାଣୀ ଉକ୍ତ ଶିବିରରେ ଯୋଗଦେଇ ନିଜନିଜର ବିଭାଗର ପ୍ରକଳ୍ପ ସମ୍ୱନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିବା ସହ କୃଷକମାନଙ୍କ ସମସ୍ୟା ଗୁଡ଼ିକୁ ଶୁଣି ସମସ୍ୟାର ସମାଧାନ ପାଇଁ ନିଜ ନିଜର ଅଭିମତ ପ୍ରଦାନ କରିବା ସହ ଆବଶ୍ୟକତା ଅନୁସାରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର