କରୋନା ଭାଇରସ୍ ହରାଇବାକୁ ବିଶ୍ୱ କଲ୍ୟାଣ ମହାଯଜ୍ଞ 

ଜୟପୁର: କେରାପୁଟ ଜିଲ୍ଲାର ଜୟପୁର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପାଖରେ ମହାମାରୀ କାରୋନାକୁ ହରାଇବାକୁ ଆଜି ଏକ ବିଶ୍ୱ କଲ୍ୟାଣ ମହାଯଜ୍ଞର ଆୟୋଜନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରାଯାଇ ସରକାରୀ ନିୟମକୁ ମାନି ଏହି ବିଶ୍ବଯଜ୍ଞ କରାଯାଇଛି। ଏହି ମହାଯଜ୍ଞ  ମାତ୍ର କିଛି ପଣ୍ଡିତଙ୍କୁ ନେଇ କରାଯାଇଥିଲା। ସକାଳ ୭ଟାରୁ ଏହି ମହାଯଜ୍ଞ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ମନ୍ଦିର ମଧ୍ୟକୁ ସର୍ବସାଧାରଣଙ୍କୁ ଯିବାକୁ ବନ୍ଦ କରାଯାଇଥିବା ବେଳେ କିଛି ପଣ୍ଡିତଙ୍କ ଦ୍ବାରା ଏହି ମହାଯଜ୍ଞ କରାଯାଇଥିଲା। ବିଶ୍ୱରେ ମହାମାରୀ କରୋନାର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଏଥିରୁ ଉଦ୍ଧାର କରିବା ନିମନ୍ତେ ବିଶ୍ୱ କଲ୍ୟାଣ ପାଇଁ ଯଜ୍ଞ ପୂଜା କରାଯାଇ ଥିଲା। ପ୍ରଥମ ଥରପାଇଁ ଜୟପୁରରେ ବୁଦ୍ଧପୂର୍ଣିମା ଉପଲକ୍ଷେ ପ୍ରଭୁ ବଲ୍ଲଭ ନାରାୟଣଙ୍କ ଚନ୍ଦନ ଲାଗି ବେଶ କରାଯାଇଛି।

ସମ୍ବନ୍ଧିତ ଖବର