ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମରେ ନୂତନ କ୍ରିକେଟ୍ ପିଚ୍ ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିସିସିଆଇର ପିଚ୍ କ୍ୟୁରେଟର ପଙ୍କଜ ପଟ୍ଟନାୟକ, ସହକାରୀ ପିଚ କ୍ୟୁରେଟର ସୁଟୁ ଘୋଷ, ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡି, ଏନଏସି ଇଓ ଅବିନାଶ ମହାନ୍ତି, ଜୁନାଗଡ଼ ପୂର୍ବ ଏନଏସି ଅଧ୍ୟକ୍ଷ ମହେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପିଚ୍ ନିର୍ମାଣ ପରେ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମ୍ୟାଚ୍ ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ସମୀର ସାହୁ, ସରୋଜ ପଣ୍ଡା, ହିମାଂଶୁ ଶେଖର ବରାଡ଼, ମାନସ ସାହୁ, ଦିଲ୍ଲୀପ ପଣ୍ଡା, ନୀତିଶ ମହାପାତ୍ର, ସତୀଶ ପ୍ରଧାନ, ଲଳିତ ଅଗ୍ରୱାଲ, ଉଦ୍ଧବ ସାହୁ, ଦୀନେଶ ବଗର୍ତି ପ୍ରମୁଖ ଉପସ୍ଥିତଥିଲେ।
ବିଜୁ ପଟ୍ଟନାୟକ ଷ୍ଟାଡିୟମର ପିଚ ନିର୍ମାଣ ପାଇଁ ଭୂମି ପୂଜନ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
/sambad/media/post_attachments/wp-content/uploads/2020/11/JUNAGARH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)