ନିର୍ଦ୍ଧାଧାରିତ ସମୟ ପୂର୍ବରୁ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ

ପୁରୀ: ରବିବାର ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଗଡିଥିଲା। ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଂଖଳିତ ଭାବେ ଶେଷ ହୋଇଛି। ତେବେ ନିର୍ଦ୍ଧାଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ବେଳେ ପଛେ ପଛେ ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖ ଧ୍ୱନୀ ମଧ୍ୟରେ ଗଡିଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ଝିପିଝିପି ବର୍ଷା ସତ୍ତ୍ୱେ ବି କାହିଁ କେତେ ଦୂରରୁ ଚତୁର୍ଦ୍ଧାମୂରତିଙ୍କ ରଥଦଉଡିକୁ ଟାଣିବା ପାଇଁ ଧାଇ ଆସିଛନ୍ତି ଭକ୍ତଗଣ।

ତେବେ ପୂର୍ବରୁ ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ ବୋଲି ସ୍ଥିରୀକୃତ ହୋଇଥିଲା । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରି ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ନ ପ୍ରାୟ ୧.୩୦ମିନିଟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ କରାଯାଇଛି। ଫଳରେ ବିନା କୌଣସି ଅସୁବିଧାରେ ଚାଲିଛି ରଥଟଣା କାର୍ଯ୍ୟ ।

ସମ୍ବନ୍ଧିତ ଖବର