ନଦୀକୁ ଡେଇଁ କଲେଜ ଛାତ୍ରୀ ନିଖୋଜ, ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

ନିଶ୍ଚିନ୍ତକୋଇଲି: ପୋଲ ଉପରୁ ନଦୀକୁ ଡେଇଁ ଜଣେ କଲେଜ ଛାତ୍ରୀ ସୋମବାର ଅପରାହ୍ନରେ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଛାତ୍ରୀଙ୍କ ନାମ ମୋନାଲିନୀ ମହାନ୍ତି ବୋଲି ଜଣାପଡ଼ିଛି । ସେ ବଲ୍ଲଭ ଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୨ର ଛାତ୍ରୀ ବୋଲି କୁହାଯାଉଛି। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ବରପଡ଼ା ନିକଟରେ ଏହି ଘଟଣା ଘଟିଛି। ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ କଲେଜ ଛାତ୍ରୀ ଜଣକ ଆଜି ଅପରାହ୍ନରେ ବରପଡ଼ା ପୋଲ ଉପରୁ ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଥିଲେ। ଏହାପରେ ସେ ପାଣିରେ ବୁଡ଼ି ଯାଇଥିଲେ। ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଥିଲା, ମାତ୍ର ତାଙ୍କୁ ପାଇ ନଥିଲା । ରିପୋର୍ଟ ଲେଖାଯିବା ବେଳକୁ ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିଛି।

ଅନ୍ୟପଟରେ କଲେଜ ଛାତ୍ରୀ ନଦୀକୁ ଡେଇଁବା ପରେ ଲୋକେ ଭିନ୍ନ ଭିନ୍ନ କଥା କହୁଛନ୍ତି। ସଂପୃକ୍ତ ଛାତ୍ରୀ ଜଣକ କିଛି ଦିନ ହେବ ମାନସିକ ଚାପରେ ଥିଲେ ଏବଂ ଆଜି ଆତ୍ମହତ୍ୟା କରିବା ପାଇଁ ପୋଲ ଉପରୁ ନଦୀକୁ ଡେଇଁଥିଲେ।

ସମ୍ବନ୍ଧିତ ଖବର