ପଲ୍‌ସ ପୋଲିଓ ଟିକା ପ୍ରଦାନ ଅଭିଯାନ: ମୟୂରଭଂଜ ଜିଲ୍ଲାରେ ୨ଲକ୍ଷ ୩୨ ହଜାର ୫୧୪ ଜଣ ଶିଶୁ ନେବେ ଟିକା

ଆଜି ଜନ୍ମରୁ ୫ବର୍ଷ ବୟସ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ମାସ ୩୧ ଅର୍ଥାତ ଆଜି ଜନ୍ମରୁ ୫ବର୍ଷ ବୟସ ସମସ୍ତ ଶିଶୁପିଲାଙ୍କୁ ସମନ୍ବିତ ପଲ୍‌ସ ପୋଲିଓ ବୁନ୍ଦା (ଟିକା) ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ନିର୍ଦ୍ଧାରିତ ଥିବା ପୋଲିଓ ବୁଥ୍‌ରେ ସକାଳ ୮ଘଟିକାରୁ ୪ଘଟିକା ମଧ୍ୟରେ ପ୍ରଦାନ କରାଯିବ। କୌଣସି କାରଣ ବସତଃ ରହିଯାଇଥିବା ଶିଶୁ ପିଲାଙ୍କୁ ଫେବ୍ରୁଆରି ୧ ଓ ୨ ତାରିଖରେ ଘରକୁ ଘର ଯାଇ ପୋଲିଓ ବୁନ୍ଦା (ଟିକା) ପ୍ରଦାନ କରାଯିବ ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ୱାବଧାନରେ ପରିଚାଳିତ ପଲସ୍ ପୋଲିଓ ଟିକା ପ୍ରଦାନ କାର୍ଯ୍ୟକ୍ରମରେ କୋଭିଡ୍ ନିୟମ ଅନୁପାଳନ ଭିତରେ ସୁପରିଚାଳନା ପାଇଁ ସମସ୍ତ କାର୍ଯ୍ୟ ଖସଡା ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଜିଲ୍ଲାରେ ୨ଲକ୍ଷ ୩୨ ହଜାର ୫୧୪ ଜଣ ଶିଶୁପିଲାଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏଥି ପାଇଁ ଜିଲ୍ଲାରେ ୧୧୭୦ଟି ପୋଲିଓ ବୁଥ୍ କେନ୍ଦ୍ର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର/ପ୍ରାଥମିକ ବିଦ୍ୟାଳୟମାନଙ୍କରେ ବ୍ୟବସ୍ଥା କରାଯାଇଛି ।

ଏହାର ସୁପରିଚାଳନା ପାଇଁ ପ୍ରତି ବୁଥ୍‌ରେ ୨ଜଣ କରି ମୋଟ ୪,୬୮୦ ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ/ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ୨୩୦ ସଂପୃକ୍ତ ବିଭାଗୀୟ ପଦାଧିକାରୀଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯାଇଛି ।

 

ସମ୍ବନ୍ଧିତ ଖବର