ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଚଳିତ ମାସ ୧୭ ତାରିଖ ଦିନ ଜନ୍ମରୁ ୫ବର୍ଷ ବୟସ ସମସ୍ତ ଶିଶୁଙ୍କୁ ସମନ୍ବିତ ପଲସ୍ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ନିର୍ଦ୍ଧାରିତ ଥିବା ପୋଲିଓ ବୁଥ୍ରେ ସକାଳ ୮ଘଟିକାରୁ ୪ଘଟିକା ମଧ୍ୟରେ ଏହି ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏହାର ପର ଦୁଇ ଦିନ ୧୮ ଓ ୧୯ ତାରିଖ ଘରକୁ ଘର ଯାଇ ରହିଯାଇଥିବା ଶିଶୁଙ୍କୁ ପୋଲିଓ ପ୍ରଦାନ କରାଯିବ ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଜିଲ୍ଲାରେ ୨ଲକ୍ଷ ୩୨ ହଜାର ୫୧୪ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏଥି ପାଇଁ ଜିଲ୍ଲାରେ ୧୧୭୦ ଟି ପୋଲିଓ ବୁଥ୍ ଖୋଲାଯାଇଛି। ଏହି କାର୍ଯ୍ୟ ନିମନ୍ତେ ପ୍ରତି ବୁଥ୍ରେ ୨ଜଣ କରି ମୋଟ ୪,୬୮୦ ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ / ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଏହି କାର୍ଯ୍ୟକ୍ରମର ସୁପରିଚାଳନା ତଥା ସଫଳ ରୂପାୟନ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲିଟେସନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ୱାସ୍ଥ୍ୟ ସମିତି ଟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି ପରମାର, ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର, ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ଡା. ଶାନ୍ତନୁ କୁମାର ଦାସ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଚାରୁବାଳା ରଥ, ଡା. ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ସଂପୃକ୍ତ ସ୍ୱାସ୍ଥ୍ୟଧିକାରୀ, ସିଏସ୍ଓ, ସଂପୃକ୍ତ ଲାଇନ ବିଭାଗ ପଦାଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନର ଜିଲ୍ଲା ସଂଯୋଜକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ୨୩୦ ସଂପୃକ୍ତ ବିଭାଗୀୟ ପଦାଧିକାରୀଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯିବାକୁ ନିଷ୍ପତି ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଚଳିତ ଜାନୁୟାରୀ ମାସ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କୁଷ୍ଠ ଚିହ୍ନଟକରଣ ସତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ସେହିପରି ଖାଦ୍ୟ ସାମଗ୍ରୀ ସୁରକ୍ଷା ଓ ମାନ ପରୀକ୍ଷା କରାଯିବା ସଂପର୍କୀତ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ସବିଶେଷ ଆଲୋଚନା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/polio-markers.jpg)