ଶ୍ରୀମନ୍ଦିରର ୭୫ମିଟର ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: ଶ୍ରୀମନ୍ଦିରର ୭୫ମିଟର ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛି ।

ପୂର୍ବରୁ ଏହାକୁ ପ୍ରଶାସନ ନିଜ ଦଖଲରେ ନେଇଥିଲେ । ଆଜି ପୁଲିସ ଫୋର୍ସ ଉପସ୍ଥିତିରେ ଏହାର ଉଚ୍ଛେଦ କରାଯାଉଛି । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଚାଲୁ ରହିଛି । ଉଚ୍ଛେଦକୁ ନେଇ ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହିଥିଲେ । ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ ସିଲ କରି ଦିଆଯାଇଛି।

ସମ୍ବନ୍ଧିତ ଖବର