ବଳଭଦ୍ରପୁର ବାଇପାସ୍‌ରେ ଇଣ୍ଡିଗୋ କାର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ପୁରୀ: ପୁରୀ ବଳଭଦ୍ରପୁର ବାଇପାସରେ  ଚନ୍ଦନପୁର ପୁଲିସ ଷ୍ଟେସନ୍‌ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଆଜି ଚନ୍ଦନପୁର ପୁଲିସ ଷ୍ଟେସନ୍‌ ନିକଟ ଦେଇ ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କୁ  ଅପର ଦିଗରୁ ଦ୍ରୁତଗତିରେ ଆସୁଥିବା ଇଣ୍ଡିଗୋ କାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ପରିଚୟ ରିପୋର୍ଟ ଲେଖା ପର୍ଯ୍ୟନ୍ତ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର