କରୋନା ସମୟରେ ଚୀନର ଉହାନରେ ୧୮ଦିନ ରହି ଫେରିଲେ ପୁରୀ ସେବାୟତ, ବଖାଣିଲେ ଅନୁଭୂତି

ଭୁବନେଶ୍ବର: କରୋନା ଭୂତାଣୁର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହାନରେ ୧୮ ଦିନ ବିତାଇ ଫେରିଥିବା  ପୁରୀର ଜନୈକ ସେବାୟତ ଗଣମାଧ୍ୟମରେ ନିଜର ଅନୁଭୂତି ବଖାଣିଛନ୍ତି। ପୁରୀ ସେବାୟତ ଚକ୍ରକୋଟ ବଳରାମ ଖୁଣ୍ଟିଆ ୨୦୧୯ ଡିସେମ୍ବର ମାସରେ ଉହାନ ଯାଇଥିଲେ । ସେ ଉହାନରେ ପହଞ୍ଚିବା ବେଳକୁ ସେଠାରେ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଥିଲା । ପାଖାପାଖି ୧୮ ଦିନ ଧରି ସେଠାରେ ସେ ରହିଥିଲେ । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଥିଲା ବହୁ କଷ୍ଟରେ ଜାନୁଆରି ୧୦ରେ ଶେଷ ବିମାନରେ ସେ ଭାରତ ଫେରିଥିଲେ ।

ତେବେ କରୋନା ସଟଡାଉନ ଯୋଗୁଁ ଗାଡିଘୋଡା ବନ୍ଦ ହୋଇଯାଇଥିଲା। ତେଣୁ ୩ କିଲୋମିଟର ପାଦରେ ଚାଲିଚାଲି ବିମାନବନ୍ଦରରେ ପହଞ୍ଚିଥିଲେ ବଳରାମ । ସେଠୁ ଫେରିବା ପରେ ଦିଲ୍ଲୀ ଓ କୋଲକତା ବିମାନବନ୍ଦରରେ କେହି ତାଙ୍କ ଲଗେଜ ଛୁଇଁ ନ ଥିଲେ । ସଂପୂର୍ଣ୍ଣ ସାନିଟାଇଜ ପରେ ସେ ଘରକୁ ଫେରିଥିଲେ ।

ପୁରୀରେ ପ୍ରଥମ କୋଭିଡ ପରୀକ୍ଷା ତାଙ୍କର କରାଯାଇଥିଲା । ତାଙ୍କୁ କରୋନା ଆକ୍ରାନ୍ତ ଭାବି ତାଙ୍କ ଘରକୁ କେହି ଆସୁ ନ ଥିଲେ କି ତାଙ୍କ ମିଶୁ ନ ଥିଲେ । ପାଖାପାଖି ମାସେ ଧରି ବଳରାମଙ୍କ ପରିବାରର ସମସ୍ତ ସଦସ୍ୟ ଘରେ ରହିଥିଲେ । ଜଗନ୍ନାଥଙ୍କ ଆର୍ଶୀବାଦ ଯୋଗୁ ସେ ଭଲରେ ଫେରିଥିବା ସହିତ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର