ଶ୍ରୀମନ୍ଦିରର ୩ଟି ଦ୍ୱାର ହେବ ରୁପା ଛାଉଣୀ

ପୁରୀ: ପୁରୀ ଶ୍ରୀମନ୍ଦିରର ୩ଟି ଦ୍ୱାରର ରୁପା ଛାଉଣୀ ହେବା ପାଇଁ ଷ୍ଟିଲ ଫ୍ରେମ ପହଞ୍ଚି ଯାଇଛି। ଗତକାଲି ରଥଟଣା ସରିବା ପରେ ବିଳମ୍ବିତ ରାତିରେ ନିଳାଦ୍ରୀ ଭକ୍ତ ନିବାସରୁ ୩ଟି ଦ୍ୱାର ପାଇଁ ୬ଟି ଷ୍ଟିଲ ଫ୍ରେମ ଶ୍ରୀମନ୍ଦିରକୁ ନିଆଯାଇଛି ।

ଶ୍ରୀମନ୍ଦିରର ୩ଟି ଦ୍ୱାର ଉପରେ ରୁପାର ଛାଉଣୀ ହେବ । ମୁମ୍ବାଇର ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଦାନ କରିଥିବା ୧ ହଜାର ୩୪୫ କେଜି ରୁପାରେ ଏହି ଛାଉଣୀ କରାଯିବ । ଦାନ ରୁପାକୁ ଶ୍ରୀମନ୍ଦିର ଭକ୍ତ ନିବାସର ସିଲ କୋଠରୀରେ ରଖାଯାଇଛି ।
ତେବେ ସମସ୍ତ ଦ୍ୱାରର ଷ୍ଟିଲ ଫ୍ରେମ ନିର୍ମାଣ ସରିଥିବାବେଳେ ଆଜିଠାରୁ ରୁପା ଛାଉଣୀ କାମ ଆରମ୍ଭ ହେବ । ତେବେ ୩ଟି ଦ୍ୱାରରେ ରୂପା ଛାଉଣୀ କରିବା ପାଇଁ ପ୍ରାୟ ୨ ଟନ୍ ରୂପା ବ୍ୟବହାର ହେବ । ପ୍ରଥମେ ପରୀକ୍ଷାମୂଳକ ଭାବେ ଜୟବିଜୟ ଦ୍ୱାର ଓ ଭୋଗ ମଣ୍ଡପର ଦ୍ୱାରରେ ରୂପା ଛାଉଣୀ ହେବ । ଶ୍ରୀମନ୍ଦିର ଦ୍ୱାରରେ ରୁପା ଛାଉଣୀ କରିବା ସମୟରେ ମୂଳ ଡିଜାଇନ ଅକ୍ଷୂର୍ଣ୍ଣ ରଖିବା ସହ ଉତ୍କଳୀୟ କଳା ସ୍ଥାପତ୍ୟର ଡିଜାଇନକୁ ମଧ୍ୟ ସ୍ଥାନ ଦିଆଯିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର