ପୁରୀ: ପ୍ରବଳ ବର୍ଷରେ ପୁରୀ ସହରର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ। ଆସନ୍ତାକାଲି ମହାବାହୁଙ୍କର ବାହୁଡ଼ା ଯାତ୍ରା। ମାତ୍ର ପ୍ରବଳ ବର୍ଷାରେ ବଡ଼ଦାଣ୍ଡରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଲହଡ଼ି ମାରୁଛି। ବଡ଼ଦାଣ୍ଡର ନାକଚଣା ଦ୍ୱାର ନିକଟରେ ପାଣି ବୁଡ଼ି ରହିଛି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ।

Advertisment

publive-image
ଉତ୍ତରପଶ୍ଚିମବଙ୍ଗୋପ ସାଗରରେସୃଷ୍ଟି ହୋଇତିବାଲଘୁଚାପ ଯୋଗୁଁ ପୁରୀରେ ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଛି। ସମୁଦ୍ର ଅଶାନ୍ତ ରହିଥିବାରୁ ବଡ଼ ବଡ଼ ଜୁଆରମାନ ଉଠୁଛି। କେବଳ ସେତିକି ନୁହେଁ, ଲଗାଣ ବର୍ଷା ଯୋଗୁଁ ପୁରୀରେ ମଧ୍ୟ ଲୋକଙ୍କ ଘର ଭିତରେ ପାଣି ପଶିଛି। ସହରର ସମସ୍ତ ଦୋକାନବଜାର ବନ୍ଦ ଥିବା ବେଳେ ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ସିଦ୍ଧ ମହାବୀର ପାଟଣା, ଶରଧାବାଲି, ରାମଚଣ୍ଡି ସାହି ବାଲିକୁଦ ବସ୍ତି, ବଳିଆପଣ୍ଡା ବସ୍ତି, ମାରୁତିନଗର, ଚୁଡ଼ଙ୍ଗ ସାହି ପ୍ରଭୃତି ଅଞ୍ଚଳ ପାଣିରେ ବୁଡ଼ିଛି।