ଆଜି ଭଙ୍ଗାଯିବ ନାହିଁ ବଡ଼ ଆଖଡ଼ା ମଠ

ପୁରୀ : ଆଜି ବଡ଼ ଆଖଡା ମଠ ଉଚ୍ଛେଦ ହେବ ନାହଁ । ଏହି ଉଚ୍ଛେଦ କାର୍ଯ୍ୟକୁ ପ୍ରଶାସନ ସ୍ଥଗିତ ରଖିଥିବା ଶୁଣିବାକୁ ମିଳିଛି। ମଠଗୁଡ଼ିକର ଉଚ୍ଛେଦକୁ ନେଇ ସାଧୁସନ୍ଥଙ୍କ ଅସନ୍ତୋଷ ରହିଛି। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁସନ୍ଥ ଏକାଠି ହୋଇଛନ୍ତି, ତେବେ ସାଧୁସନ୍ଥଙ୍କ ସହ ଆଲୋଚନା ସଫଳ ହୋଇ ନ ପାରିବାରୁ ଏହି ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତେବେ ଉଚ୍ଛେଦ ବନ୍ଦ ହେବା ନେଇ  ଏଯାବତ  ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଦୁଇଦିନ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିବା ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ୭୫ ମିଟର ଅଞ୍ଚଳ ଉଚ୍ଛେଦ ପ୍ରକ୍ରିୟା ପୁନର୍ବାର ଆରମ୍ଭ ହୋଇଛି। ଏମାର ମଠର ବିବାଦୀୟ ଜାଗାକୁ ବାଦ୍‌ ଦେଲା ପରେ ବଡ଼ଆଖଡ଼ା ମଠକୁ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା।  ତେବେ ଏମାର ମଠ ଜାଗାରେ ଥିବା ବଣିଆପଟିର ବଳକା ଦୋକାନ ଘର ସହ ଖଜାପଟିର କିଛି ଦୋକାନ ବି ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇ ନ ଥିଲା। ଉଚ୍ଛେଦ ପାଇଁ ଆବଶ୍ୟକ ହାଇଡ୍ରା, ଜେସିବି, ଡ୍ରିଲର୍‌ ମେସିନକୁ ପ୍ରସ୍ତୁତ ରଖାଯାଇଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ଏକାଧିକ ମାଜିଷ୍ଟ୍ରେଟ୍‌ଙ୍କ ସହ ପ୍ରାୟ ୨୫ ପ୍ଲାଟୁନ୍‌ ଫୋର୍ସଙ୍କୁ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର