ପୁରୀ: କରୋନା ଭାଇରସ ସଂକ୍ରମଣ ଭୟରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି ହୋଇଛି। ପର୍ଯ୍ୟଟକମାନେ ରବିବାର ଠାରୁ ଅସ୍ଥାୟୀ ଭାବେ କୋଣାର୍କ, ଚନ୍ଦ୍ରଭାଗା ଓ ଚିଲିକା ବୁଲି ଯାଇପାରିବେ ନାହିଁ। ପର୍ଯ୍ୟଟନ ସ୍ଥଳୀ ଓ ଦର୍ଶନୀୟ ସ୍ଥାନକୁ ଯିବା ଉପରେ ରୋକ୍ ଲଗାଯାଇଛି। ଏସଂପର୍କରେ ଟୁର୍ ଅପରେଟରଙ୍କ ସହ ଆଲୋଚନା କରାଯିବ। କଟକଣା ନେଇ ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କରୋନା ପାଇଁ ପୁରୀ ପର୍ଯ୍ୟଟକଙ୍କୁ କଟକଣା ଜାରି, ଯାଇପାରିବେନି କୋଣାର୍କ-ଚନ୍ଦ୍ରଭାଗା-ଚିଲିକା
/sambad/media/post_attachments/wp-content/uploads/2020/03/Puri-Srimandir-Banned-14_Thumb.jpg)