ଧାଡ଼ି ଦର୍ଶନକୁ ବିରୋଧ କରି ରାଜସ୍ୱ ମନ୍ତ୍ରୀଙ୍କ ଘରେ ଭାଙ୍ଗାରୁଜା ଘଟଣା: ଡିୟୁଟିରେ ଅବହେଳା କରିଥିବା ୧ହାବିଲଦାର ଓ ୪ଜଣ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାରା ସମ୍ମୁଖରେ ପ୍ରଶାସନ ପକ୍ଷରୁ ଲଗାଯାଇଥିିବା ବ୍ୟାରିକେଡ୍‌କୁ ଭାଙ୍ଗି ଭକ୍ତମାନେ ମନ୍ଦିର ଭିତରକୁ ଧଶେଇ ପଶିଥିଲେ। କେବଳ ସେତିକି ନୁହେଁ, ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିିଙ୍କ ଘରେ ପଶି ମଧ୍ୟ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜୁ କରିଥିଲେ। ତେବେ ଏହି ଘଟଣାକୁ କେନ୍ଦ୍ରକରି ରବିବାର ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିିଙ୍କ ଘରେ ଡିୟୁଟିରେ ଅବହେଲା କରିଥିବା ୧ହାବିଲଦାର ଓ ୪ଜଣ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ କରାଯାଇଛି। ହାବିଲଦାରଙ୍କ ନାମ ବିଶ୍ୱନାଥ ମିଶ୍ର, କନେଷ୍ଟବଳ ସତ୍ୟବାଦ ସ୍ୱାଇଁ, ନାଗାର୍ଜୁନ୍‌ ପାରିସ୍‌, ପପିନ ବେହେରା ଓ ସୁମନ୍‌ ଗୋଚ୍ଛାୟାତ ବୋଲି ଜଣାାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଗତ ତିନି ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଶାନ୍ତ ହୋଇ ଉଠିଥିଲା ପୁରୀ ସହର। ସେହିପରି ଲୋକେ ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟକୁ ଘେରାଉ କରି ରଖିବା ସହିତ ଏହାର ଗେଟ୍‌କୁ ମଧ୍ୟ ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧିତ ଖବର