ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା 

କୋଣାର୍କ: କୋଣାର୍କ ଥାନା ଅନ୍ତର୍ଗତ ତାଳସୁଆଁ ଗ୍ରାମର ଜୈନକ ବ୍ୟକ୍ତି ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ର ଜଣାପଡିଛି ।ମିଳିଥିବା ସୂଚନା ମୁତାବକ ତାଳସୁଆଁ ଗ୍ରାମର ପୀତବାସ ଜେନା ନାମକ ଜଣେ ବ୍ୟକ୍ତି ଆଜି ପୂର୍ବାହ୍ନ ରେ କୋଣାର୍କ-କାକଟପୁର ରାସ୍ତାରେ ଥିବା ବଢ଼େଇଛକ ଠାରୁ ନୁହାଡି ଯିବା ରାସ୍ତାରେ ଥିବା ଏକ ଜଙ୍ଗଲ ମଧ୍ୟରେ ଏକ କାଜୁ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି ।ଆତ୍ମହତ୍ୟା ର କାରଣ ସଠିକ ଭାବରେ ଜଣା ପଡିନାହିଁ ।ମୃତ ବ୍ୟକ୍ତିଙ୍କ ପୁଅଙ୍କ ଅଭିଯୋଗ କୁ ଭିତ୍ତିକରି ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର