୧୦୮ ଆମ୍ବୁଲାନ୍‌ସକୁ ଅଟକାଇଲେ ଗ୍ରାମବାସୀ

ଗୋପ: ଗୋପ ବ୍ଲକ ଅନ୍ତର୍ଗତ ସୋରଭା ପଞ୍ଚାୟତର ଅଇଁଗୋଳ ଗ୍ରାମରେ ଗତକାଲି ରାତିରେ ରୋଗୀ ମୃତ୍ୟୁକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ଏକ ୧୦୮ ଆମ୍ବୁଲାନ୍‌ସକୁ ଗ୍ରାମରେ ଅଟକାଇ ରଖିଥିଲେ। ମିଳିଥିବା ଖବର ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଗ୍ରାମର ଝାଟୁ ବାରିକଙ୍କ ସ୍ତ୍ରୀ କ୍ରୀଷ୍ଣା ବାରିକ ଅସୁସ୍ଥ ହେବାରୁ ସେ ୧୦୮ଆମ୍ବୁଲାନ୍ସର ସହାୟତା ଲୋଡ଼ିଥିଲେ। ମାତ୍ର ଆମ୍ବୁଲାନ୍ସ ବହୁ ବିଳମ୍ବରେ ଭୋର୍‌ ୪ଟାରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ରୋଗୀର ମତ୍ୟୁ ହୋଇ ସାରିଥିଲା। ଆମ୍ବୁଲାନ୍ସ ବିଳମ୍ବରେ ଆସିବା କାରଣରୁ ରୋଗୀର ଜୀବନ ଗଲା ବୋଲି ଗ୍ରାମବାସୀ ଆମ୍ବୁଲାନ୍‌ସ ସହିତ ଏହାର କର୍ମଚାରୀମାନଙ୍କୁ ଅଟକ ରଖିଥିଲେ। ଘଟଣାସ୍ଥଳରେ ନୟାହାଟ ଫାଣ୍ଡି ଅଧିକାରୀ ପହଞ୍ଚି ଏହାର ସମାଧାନ କରିବା ସହିତ ୧୦୮ଆମ୍ବୁଲାନ୍ସ ଏବଂ ଏହାର କର୍ମଚାରୀମାନଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଏହି ୧୦୮ ଆମ୍ବୁଲାନ୍ସ ରହିଛି। ତେବେ ଅଧିକାଂଶ ସମୟରେ ଗୋପ ଅଂଚଳରେ ବିଳମ୍ବରେ ଆମ୍ବୁଲାନ୍ସ ପଂହଚିବାରୁ ରୋଗୀ ହଇରାଣ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର