ପୁରୀ: ବ୍ରହ୍ମଗିରିରେ ପୋଡ଼ିଗଲା ୧୧ ବଖରା ଘର, ୪ ପରିବାର ସର୍ବସ୍ୱାନ୍ତ

ବ୍ରହ୍ମଗିରି: ପୁରୀ ଜିଲ୍ଲାର ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଗଡ଼କୋକଳ ଗାଁର ରବିବାର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ଗାଁ ଲୋକେ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି। ଏହି ଅଗ୍ନିକାଣ୍ଡ ଘଟଣାରେ ୪ଟି ପରିବାରର ୧୧ ବଖରା ଜଳି ପାଉଁଶ ହୋଇ ଯାଇଛି। ଫଳରେ ଏହି ୪ଟି ପରିବାର ଲକ୍ଷାଧିକ ସଂପତ୍ତି ଜଳି ଯାଇଛି। ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିବା ବେଳକୁ ୧୧ ବଖରା ଘର ଭସ୍ମୀଭୂତ ହୋଇ ଯାଇଛି।

୪ଟି ପରିବାରର ୧୧ ବଖରା ଘର ପୋଡ଼ିଯିବା ପରେ ଶୀତୁଆ ରାତିରେ ଏମାନେ କେଉଁଠି ରହିବେ ସେ ନେଇ ପ୍ରଶ୍ନବାଚୀ ଉଠିଛି। ଅଗ୍ନିକାଣ୍ଡ ଘଟଣା ପରେ ପ୍ରଶାସନ ବିଭାଗରୁ କୌଣସି ଅଧିକାରୀ ପହଂଚି ନାହାନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ କହିଛନ୍ତି, କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର