ଭୋଜିଖାଇ ଫେରୁଥିବା ବେଳେ ଓଲିଟଲା ଟାଟା ମ୍ୟାଜିକ, ୬ ଶିଶୁ ସମେତ ୧୫ ଆହତ

ବ୍ରହ୍ମଗିରି: ଭୋଜି ଖାଇ ଫେରୁଥିବା ବେଳେ ଟାଟା ମ୍ୟାଜିକ ଓଲଟିବାରୁ ୧୫ ଜଣ ଲୋକ ବୁଧବାର ଅସୁସ୍ଥ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ଜଣ ଶିଶୁ ଶାମିଲ ଅଛନ୍ତି। ଆହତଙ୍କୁ ବ୍ରହ୍ମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଲିକେରା ଗାଁର ୧୫ ଜଣ ଲୋକ ଧରଣୀପୁଟି ଗାଁକୁ ବିବାହ ଭୋଜି ଖାଇବାକୁ ଯାଇଥିଲେ। ସେମାନେ ସନ୍ଧ୍ୟାରେ ଫେରିବା ବାଟରେ ତାରିଣୀ ମନ୍ଦିର ପାଖରେ ବେଣାକାଣିଆ ନଦୀରେ ଗାଡ଼ିର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଗାଡ଼ିଟି ନଦୀରେ ପଡ଼ିଯାଇଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର