୧୭ କଇଁଛ ଉଦ୍ଧାର, ୨ ଶିକାରୀ ଗିରଫ

ପୁରୀ : ପୁରୀ ସଦର ବନାଞ୍ଚଳ ପକ୍ଷରୁ ଆଜି ଚନ୍ଦନପୁର ଥାନା ଅନ୍ତର୍ଗତ ଆରୋଳ ଗାଁରୁ ୧୭ କଇଁଛ ଓ ଗୋଟିଏ ଗୋଧି ଉଦ୍ଧାର କରାଯାଇଛି। ଦୁଇ ଶିକାରୀଙ୍କୁ ଗିରଫ କରିଛି। ଦୁଇ ଜଣ ହେଲେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରପୁରୁଷୋତ୍ତମପୁର ଅଜୁ ଶିକାରୀ(୨୦) ଓ କାମିଆ ଶିକାରୀ(୧୬)। ସଦର ବନାଞ୍ଚଳ ଅଧିକାରୀ ସରୋଜ କୁମାର ମହାନ୍ତିଙ୍କ ସୂଚନା ମୁତାବକ, ଆଜି ଦୁଇ ଜଣ ଆରୋଳ ଗାଁର ଏକ ପୋଖରୀରୁ କଇଁଛ ଓ ନିକଟ ଜଙ୍ଗଲରୁ ଗୋଧି ଧରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ କାବୁ କରିବା ସହ କଇଁଛ ଓ ଗୋଧିକୁ ଉଦ୍ଧାର କରିଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର