ପୁରୀ: ଗରୁଡ଼ ସ୍ତମ୍ଭ ପାଖରେ ଗହଳିରେ ଠେଲାପେଲା ପଡ଼ି ଜଣେ ହବିଷ୍ୟାଳୀ ଆହତ ହୋଇଥିବା ଜଣାଯାଇଛି। ହାପିନେସ ଫାଉଣ୍ଡେସନର ୪ ଜଣ ସ୍ବେଛାସେବୀ ତାଙ୍କୁ ଉଦ୍ଧାର କରି ଷ୍ଟ୍ରେଚର ଯୋଗେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଣି ଆମ୍ବୁଲାନ୍ସରେ ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାଯାଇଛି। ଏଥିରେ ହାପିନେସ ଫାଉଣ୍ଡେସନର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ଅନୁଷ୍ଠାନର ସଦସ୍ୟ ପ୍ରଶାନ୍ତ ମହାପାତ୍ର, ଶମ୍ଭୁ ମହାନ୍ତି ଓ ରୁଦ୍ର ମହାପାତ୍ରଙ୍କ ସହଯୋଗରେ ଏହି କାର୍ଯ୍ୟ କରାଯାଇଛି।
ଆହତ ହବିଷ୍ୟାଳୀଙ୍କ ନାମ ଅନ୍ନପୂର୍ଣ୍ଣା ତ୍ରିପାଠୀ। ତାଙ୍କର ବୟସ ୬୭ ବର୍ଷ ଓ ଘର ରାଜଧାନୀର ବାପୁଜୀ ନଗରରେ ବୋଲି ଜଣାଯାଇଛି। ସେ ଅକ୍ଷୟ ପାତ୍ର ଫାଉଣ୍ଡେସନ ହାବିଷ୍ୟାଳୀ କେନ୍ଦ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି।
ଏଣେ ମୋଚି ସାହି କଲ୍ୟାଣ ମଣ୍ଡପ ହବିଷ୍ୟାଳୀ କେନ୍ଦ୍ରରେ ରହୁଥିବା ଆଉ ଜଣେ ମାଉସୀଙ୍କୁ ମନ୍ଦିର ବେଢ଼ାରେ ମାଙ୍କଡ଼ମାନେ କାମୁଡ଼ି ଦେଇଥିବାର ସୂଚନା ବି ମିଳିଛି। ମାଙ୍କଡ଼ମାନେ ଏକାଧିକ ଜାଗାରେ କ୍ଷତ ବିକ୍ଷତ କରିଛନ୍ତି। ତାଙ୍କୁ ହାପିନେସ ଫାଉଣ୍ଡେସନର ସ୍ବେଚ୍ଛାସେବୀମାନେ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ସଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/0ae841d8-35c3-4c41-8a37-354ee6bf9cc0.jpeg)