ନିମାପଡ଼ା: ଆଜି ସକାଳେ ନିମାପଡ଼ା ବ୍ଲକର ଠାକୁରପାଟଣାରେ ଥିବା ରତ୍ନପୀର ବିଦ୍ୟା ନିକେତନରେ ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ୭ଟା ସମୟରେ ପରୀକ୍ଷା ପୂର୍ବରୁ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ରୀ ଖୁସବୁ ବେଗମ (୧୪) ଓ ଆଇସା ଯାହାନ (୧୪) ଫ୍ୟାନ ଲଗାଇ ବସିଥିବା ସମୟରେ ସ୍କୁଲ ଛାତରେ ଲାଗିଥିବା ଫ୍ୟାନଟି ହଠାତ ଉଭୟଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡ଼ିଥିଲା। ଏଥିରେ ଉଭୟ ଛାତ୍ରୀ ଆହତ ହୋଇଥିଲେ। ସେଦୁହିଁଙ୍କୁ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ତୁରନ୍ତ ସ୍ଥାନୀୟ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଖୁସବୁଙ୍କର କାନରେ ଫ୍ୟାନ ପତ୍ର ବାଜି ୧୦ଟି ଷ୍ଟିଚ୍ ପଡ଼ିଥିଲା ଓ ଆଇସାଙ୍କର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଉଭୟେ ସୁସ୍ଥ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୂଚନା ମିଳିଛି l
/sambad/media/post_attachments/wp-content/uploads/2023/03/45001c1f-9f4c-4d2b-8019-b3c15282e5c1-1024x768.jpg)
ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଛାଟୋଇ ମହାରଣା ଦୁର୍ଘଟଣା ସମ୍ପର୍କରେ କହିଛନ୍ତି, ଫ୍ୟାନଟି ଖରାପ ଥିବାରୁ ପିଲାମାନଙ୍କୁ ଏହାକୁ ଲଗାଇବାକୁ ବାରଣ କରାଯାଇଥିଲା l ତେବେ ଶିକ୍ଷା ବିଭାଗର ୫ଟିରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର କଳାପାଞ୍ଚଣ ପଞ୍ଚାୟତର ଏହି ବିଦ୍ୟାଳୟରେ ଏଭଳି ଅଘଟଣକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/7688890a-3955-4510-87d6-1d2cabf6d949.jpg)