ପିପିଲି: ନିମାପଡା- ପିପିଲି ଟୋଲ ଗେଟରେ ଫାଙ୍କା ଗୁଳିଚାଳନା କଲେ ଅପରାଧୀ | ଆଉ ସେମାନଙ୍କୁ ଧରିବାକୁ ନାକେଦମ ହେଲା ପୁଲିସ | ତେବେ କାର ସହ ୩ ଜଣ ଡକାୟତଙ୍କୁ ପୁଲିସ କାବୁ କରିଥିବାବେଳେ ୨ ଜଣ ଫେରାର ହୋଇଯାଇଛନ୍ତି | ସେମାନଙ୍କୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି | ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଏକ କାରରେ ୫ ଜଣ ପୁରୀକୁ ଯାଉଥିବାବେଳେ ଟୋଲ ଫିକୁ ନେଇ ପିପିଲି ଟୋଲ ଗେଟରେ କର୍ମଚାରୀ ଙ୍କ ସହିତ ପାଟିତୁଣ୍ଡ ହୋଇଥିଲା |
ଏହା ପରେ କାରରେ ଥିବା ଯୁବକମାନେ ଫାଙ୍କା ଗୁଳିଚାଳନା କରିଥିଲେ | ତେବେ ଖବର ପାଇ ପିପିଲି ପୁଲିସର ସନ୍ଦେହ ହେବାରୁ ସେମାନେ ଉକ୍ତ କାରକୁ ପିଛା କରିଥିଲେ | ଆଉ ଉକ୍ତ କାର ସହ ତିନିଜଣ ଅପରାଧୀଙ୍କୁ ନିମାପଡା ଥାନା ଡଗରା ସାହି ନିକଟରେ ପୁରୀ,ପିପିଲି, ନିମାପଡା ଓ ଗୋପ ପୁଲିସ ମିଳିତ ଭାବେ ଧରିଛନ୍ତି | ଘଟଣାସ୍ଥଳରେ ନିମାପଡା ଓ ପିପିଲି ଏସଡ଼ିପିଓ ପହଂଚି ତଦନ୍ତ କରୁଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/ea299d47-ab59-4354-baca-25f9a3ef9f3c.jpg)