ପୁରୀ: ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସମୁଦ୍ରକୂଳ ଥାନା ପୁଲିସକୁ ମିଳିଛି ସଫଳତା। ପ୍ରାୟ ୩୫ଟି ଚୋରା ବାଇକ୍ ଜବତ କରିଛି ପୁଲିସ। ଧରାପଡ଼ିଥିବା ୬ ଜଣ ଅଭିଯୁକ୍ତଙ୍କ ତଥ୍ୟକୁ ଆଧାର କରି ପୁଲିସ ଅନେକ ତଥ୍ୟ ହାସଲ କରିଛି। ତଥାପି ପୁରୀରେ ଆଉ ଏକ ଗ୍ୟାଙ୍ଗ ସକ୍ରିୟ ରହିଛି। ସମୁଦ୍ରକୂଳ ଥାନାରେ ୬ ଜଣ ଅଭିଯୁକ୍ତ ଅଟକ ରହିଥିବା ବେଳେ ଟାଉନ ଥାନା ଇଲାକାରୁ ପୁଣି ବାଇକ ଲୁଟ୍ ହେଉଛି। ତେବେ ପୁରୀରେ ସକ୍ରିୟ ରହିଥିବା ବାଇକ୍ ଲୁଟେରା ଗ୍ୟାଙ୍ଗର ମୁଖ୍ୟ କିଙ୍ଗପିନ୍ ବ୍ରହ୍ମଗିରିରେ ରହୁଥିବା ଜଣାଯାଇଛି। ପୁରୀ, ଖୋର୍ଦ୍ଧା, କଟକ, ଭୁବନେଶ୍ବର ଆଦି ଅଞ୍ଚଳରୁ ଚୋରି ହେଉଥିବା ବାଇକଗୁଡ଼ିକୁ ଲୁଟେରାମାନେ ବ୍ରହ୍ମଗିରିକୁ ଆଣି ୨ରୁ ୩ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ବ୍ରହ୍ମଗିରି ଥାନା ଇଲାକାରେ ଏଭଳି ଚୋରା ଗାଡ଼ିର ସଂଖ୍ୟା ପ୍ରାୟ ୫ ଶହରୁ ଅଧିକ ହେବ। ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳରେ ସମୁଦ୍ରକୂଳ ଥାନା ପୁଲିସ ଚଢ଼ଉ କରି କିଛି ଚୋରା ବାଇକ୍ ଜବତ କରିବା ପରେ କିଛି ଲୋକେ ଗିରଫ ହେବା ଭୟରେ ସେମାନେ କିଣିଥିବା ଚୋରା ବାଇକ୍କୁ ଆଣି ଥାନା ନିକଟରେ ରଖି ପଳାଉଛନ୍ତି। କୃଷ୍ଣପ୍ରସାଦ ଥାନା ପୁଲିସ ପ୍ରାୟ ୬ଟି ଚୋରା ବାଇକ୍ ଜବତ କରିଥିବା ବେଳେ ବ୍ରହ୍ମଗିରି ଥାନା ଓ ସାତପଡ଼ା ଫାଣ୍ଡି ନିକଟରେ ମଧ୍ୟ କେତେକ ବାଇକକୁ ପୁଲିସ ଜବତ କରିଛି। ତେବେ ରୢାକେଟ୍ର ଚେର ବ୍ରହ୍ମଗିରି ହୋଇଥିବାରୁ ଜିଲ୍ଲା ପୁଲିସ ଏ ଦିଗରେ ଅଧିକ ଖୋଳତାଡ କରିବା ଜରୁରି ହୋଇପଡିଛି। ସୂଚନାଯୋଗ୍ୟ, ସୁବାସ ବୋଷ ଛକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ନମ୍ବର ବିହୀନ ଗାଡ଼ି ସହିତ ଦୁଇ ଜଣଙ୍କୁ ଧରାଯାଇଥିଲା। ସେମାନଙ୍କୁ ସନ୍ଦେହରେ ପଚରାଉଚରା କରିବା ବେଳେ ସେମାନେ ଏହି ବାଇକ୍ ଚୋରି କରିଥିବା ସ୍ବୀକାର କରିଥିଲେ। ବ୍ରହ୍ମଗିରି ଓ ବାସେଳି ସାହି ଥାନା ଇଲାକାର ଏହି ଦୁଇ ଜଣଙ୍କୁ ଜେରା କରିବା ପରେ ସେମାନେ ମିଳିମିଶି ପୁରୀ ସହରାଞ୍ଚଳରୁ ବାଇକ୍ ଚୋରି କରୁଥିବା ପ୍ରକାଶ କରିଥିଲେ। ସେମାନଙ୍କ ସୂଚନାକୁ ଆଧାର କରି ପୁଲିସ ଏହାମଧ୍ୟରେ ବ୍ରହ୍ମଗିରି ଅଞ୍ଚଳରୁ ୩୫ଟି ବାଇକ୍ ଜବତ କରିଛି।
ଆନ୍ତଃରାଜ୍ୟ ବାଇକ୍ ଚୋରି ରୢାକେଟ୍ ଠାବ:୬ ଅଭିଯୁକ୍ତ ଗିରଫ, ୩୫ ବାଇକ୍ ଜବତ
/sambad/media/post_attachments/wp-content/uploads/2019/03/bajaj-platina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)