ବ୍ରହ୍ମଗିରି: କୃଷ୍ଣପ୍ରସାଦରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ବାଲିଯାତ୍ରା ତଥା ପଣାଯାତ୍ରା ଦେଖିବା ପାଇଁ ଖଟିସାହି ଗ୍ରାମରୁ ୭ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବ୍ୟାଟେରିଚାଳିତ ଅଟୋ ଭାରସାମ୍ୟ ହରାଇ କୁରୁପାଳ ଚିଲିକାରେ ଓଲଟିପଡ଼ିଥିଲା। ଗତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।
ସଙ୍ଗେ ସଙ୍ଗେ କୁରୁପାଳ ଗ୍ରାମର କିଛି ଲୋକେ ପାଣିକୁ ଡେଇଁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବାରୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ। ଏହାଫଳରେ ଅଟୋରେ ଥିବା ୭ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Untitled-11.png)