ପୁରୀ: ପୁରୀ ପୁଲିସ ହାଇସ୍କୁଲରେ ପଢ଼ୁଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବାର ଖବର ମିଳିଛି।
ସୂଚନା ମୁତାବକ ପୂର୍ବରୁ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଜି ସ୍କୁଲ ଯିବା ସମୟରେ ଅଷ୍ଟମ ଶ୍ରେଣୀର ଛାତ୍ର ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରାଘାତ କରିଥିଲେ। ଛୁରା ଆଘାତ ଲାଗିଥିବା ଛାତ୍ର ହେଉଛନ୍ତି ମୁନା ସାହୁ। ଛୁରାମାଡ଼ରେ ମୁନାର ହାତକୁ ଆଘାତ ଲାଗିଛି। ପ୍ରବଳ ରକ୍ତସ୍ରାବ ହେବାରୁ ସଙ୍ଗେ ସଙ୍ଗେ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁନା ଘରୁ ସ୍କୁଲକୁ ଆସୁଥିବା ବାଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଛାତ୍ର ଗୁରୁତର
/sambad/media/post_attachments/wp-content/uploads/2023/11/kumbharpada-police-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)