ବଳଙ୍ଗା: ପୁରୀ ଜିଲ୍ଲା ନୂଆଗାଁ ଡିଷ୍ଟ୍ରିବ୍ୟୁଟାରି କେନାଲରେ ୩୦ଫୁଟର ଘାଇ। ଚିନ୍ତାରେ ସାଧାରଣ ଲୋକ। କେନାଲରେ ବିରାଟ ଘାଇ ଯୋଗୁଁ ପନିପରିବା ଓ ଧାନଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ନିଶ୍ଚିତ।
ବଳଙ୍ଗା ଭାର୍ଗବୀ ନଦୀବନ୍ଧ ଓ କେନାଲକୁ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେl "ସମ୍ବାଦ"ରେ ଖବର ପ୍ରସାରଣ ହେବାପରେ ସ୍ଥାନୀୟ ବିଧାୟକ ସମୀରରଞ୍ଜନ ଦାଶ ଓ ଉଚ୍ଚ ଅଧିକାରୀ ମିଳିତରେ ଏକ ଜରୁରୀ ବୈଠକ ବସିଥିଲା। ଶ୍ରୀ ଦାଶ ଯୁଦ୍ଧକାଳୀନ ଭିତିରେ ବନ୍ୟା ଆସିବା ପୂର୍ବରୁ କେନାଲ ବନ୍ଧ ସହିତ ନଦୀ ବନ୍ଧର ମରାମତି କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଥିଲେl କିନ୍ତୁ କେନାଲ ପାଣି ଆସିବାର ୮ଦିନରେ ଉଛୁପୁର ପଞ୍ଚାୟତର ସୁନିଦା ଗ୍ରାମର ମଳିକ ସାହିସ୍ଥିତ ନୂଆଗାଁ ଡିଷ୍ଟ୍ରିବ୍ୟୁଟାରି କେନାଲରେ ଏକ ୩୦ ଫୁଟର ଘାଇ ଦେଖାଦେଇଛି l ଏହା ଜଳସେଚନ ବିଭାଗର ଦୋଷ ଦୁର୍ବଳତାକୁ ପଦାରେ ପକାଇଦେଇଛି l
ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି କି କେନାଲରେ ପାଣି ଆସିବା ପୂର୍ବରୁ କେନାଲରେ ଥିବା ଝାଟିଲତାକୁ ସଫା ନକରିବା ଓ କେନାଲ ବନ୍ଧର ମରାମତି ନକରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l କେନାଲରେ ବିରାଟ ଘାଇ ଯୋଗୁଁ ପନିପରିବା ଓ ଧାନଚାଷ ସମ୍ପୂର୍ଣ୍ଣ ନଷ୍ଟହେବା ଏକ ପ୍ରକାର ନିଶ୍ଚିତ ବୋଲି ଚାଷୀ ମତ ଦେଇଛନ୍ତି।l