ନିମାପଡ଼ା: ଗତକାଲି ବିଳମ୍ବିତ ରାତିରେ ନିମାପଡ଼ାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିମାପଡ଼ା ଟ୍ରକ ଆସୋସିଏସନ ନିକଟରେ ଏକ ହାଇୱା ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିଲେ।
ବାଇକ ଚାଳକ ଲିପୁନା ପୃଷ୍ଟିଙ୍କ ଘର ଗୋପ ଥାନାର ବଣିଆ ସାହି ଗ୍ରାମରେ ବୋଲି ଜଣାଯାଇଛି। ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ସାଙ୍ଗ ଗୁଲୁ ବି ଆହତ ହୋଇଥିଲେ। ପୁଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି। ତେଣେ ଚାଳକ ଲିପୁନା ପୃଷ୍ଟିଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/ନିମା.jpg)