ପିପିଲି: ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ନିକଟସ୍ଥ ମଙ୍ଗଳପୁର ଛକରେ ଏକ ଟ୍ରକ୍ ପଛରେ କାର୍ ପିଟିହେବା ଫଳରେ ୫ ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତିରେ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଅନ୍ତର୍ଗତ ବାଜୁଡାବା ଝାଡ଼ଗ୍ରାମର ବିଭୁତିଭୂଷଣ ମିର୍ଦ୍ଧା ତାଙ୍କର ପରିବାର ସହ ଜଗନ୍ନାଥ ଦର୍ଶନଲାଗି ପୁରୀ ଅଭିମୁଖେ ବାହାରିଥିଲେ। ତାଙ୍କ ପୁଅ ବିପ୍ଳବ(୩୨) ନିଜର ଏଟିକା କାର ଚଳାଉଥିଲେ।
/sambad/media/post_attachments/wp-content/uploads/2019/10/pipili-accident-300x169.jpg)
ଆଜି ସକାଳେ ପିପିଲି ନିକଟସ୍ଥ ମଙ୍ଗଳପୁରର ଭୋଗବାଙ୍କ ଛକରେ ଏକ ହାଇୱା ଟ୍ରକ୍ ପଛରେ ଉକ୍ତ କାର୍ ପିଟି ହୋଇଥିଲା। ଏହାଫଳରେ କାରଟି ପ୍ରାୟ ତିନି କିଲୋମିଟରଯାଏଁ ଘୋଷାଡ଼ି ହୋଇ ଯାଇଥିଲା। ଏଥିରେ ବିଭୁତି ଭୂଷଣ ମିର୍ଦ୍ଧା (୬୬), ପୁଅ ବିପ୍ଳବ (୩୨), ପତ୍ନୀ ଲୀଳା (୬୦), ବୋହୂ(୩୦) ଏବଂ ନାତୁଣୀ ମୋନିତା (୧୦) ଗୁରୁତର ହୋଇଥିଲେ। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ପରେ ସେମାନଙ୍କୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/accident90-news-first-4.jpg)