ଶ୍ରୀମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଘଟଣା: ଅଭିଯୁକ୍ତ କନ୍‌ଷ୍ଟେବଲ୍‌ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିର ଭିତରେ ନାବାଳିକୁ ଅସଦାଚରଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ କନ୍‌ଷ୍ଟେବଲ୍‌ ନିଲମ୍ବିତ ହୋଇଛି। ସୂଚନା ଅନୁସାରେ ସିସିଟିଭି ଫୁଟେଜ ଆଧାରରେ ପୁଲିସ ଦ୍ୱାରା ଚିହ୍ନଟ ହେବା ପରେ ଅଭିଯୁକ୍ତ କନ୍‌ଷ୍ଟେବଲ୍‌ ଛୁକେଶ ମେହେର ଚାକିରିରୁ ନିଲମ୍ବିତ ହୋଇଛି। ନୂଆ ବର୍ଷ ଡ୍ୟୁଟି ପାଇଁ ଛୁକେଶ ମେହେର କୋରାପୁଟ୍‌ରୁ ଆସିଥିଲା। ଆଇଆରବି ୯ମ ବାଟାଲିଅନ୍‌ର କନ୍‌ଷ୍ଟେବଲ୍‌ ଡ୍ୟୁଟି ସମୟରେ ନିଜ ପିତାମାତାଙ୍କ ସହିତ ବାହାରକାଠ ନିକଟରେ ଦର୍ଶନ କରୁଥିବା ବେଳେ ଅଭିଯୁକ୍ତ କନ୍‌ଷ୍ଟେବଲ ଅସଦାଚରଣ କରିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଖୁବ୍‌ ଶୀଘ୍ର ଗିରଫ କରିପାରେ।

ନାବାଳିକା ଜଣକ ତାଙ୍କ ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିଲେ। ବାହାରକାଠ ଜୟବିଜୟ ଦ୍ବାର ନିକଟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ନାବାଳିକା ଜଣକ ପାଟି କରିବା ସହ ଅସଦାଚରଣକାରୀଙ୍କୁ ଚାପୁଡ଼ା ମାରିଥିବା କହିଛନ୍ତି। ଏହାପରେ ପୁଲିସ କର୍ମୀ ଜଣକ ସେଠାରୁ ଖସି ପଳାଇଥିଲେ।

ସମ୍ବନ୍ଧିତ ଖବର