ବାମନାଳ: ମହିଳାମାନଙ୍କୁ ଜାତିଆଣ ଆକ୍ଷେପ ସହ ଖରାପ ବ୍ୟବହାର ନେଇ ପ୍ରତିବାଦରେ ଆଜି ଶତାଧିକ ମହିଳା ପୁରୀଜିଲ୍ଲା ନିମାପଡ଼ା ବିଡ଼ିଓ ଅଭିଜିତ ଷଡ଼ଙ୍ଗୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି।
ତରଡ଼ାପଡ଼ା ଗ୍ରାମର ଜୟନ୍ତୀ ସେଠୀ ଏବଂ ଚଢ଼େଇ ଗ୍ରାମର ଖୁଲଣା ଭୋଇଙ୍କ ଅଭିଯୋଗ ଅନୁଯାୟୀ ଗତ ୧୮ ତାରିଖ ଦିନ ମଧ୍ୟାହ୍ନ ୨ଟାରେ ଆମେ ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ବେଳେ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ଓ ବିପିଏମ୍ ମୋନାଲିସା ତ୍ରିପାଠୀ ହଠାତ୍ ଅଫିସ ରୁମୁରୁ ବାହାରି ଆସି ଆମ୍ଭ ଉଭୟଙ୍କୁ ଦେଖି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆମ୍ଭକୁ ଜାତିଆଣ ଆକ୍ଷେପ କରିବା ସହ ଗାଳିଗୁଲଜ କରିଥିଲେ। ଏ ଅଫିସ ଭିତରକୁ କାହିଁକି ଆସିଲ? ତୁମ ସମସ୍ତଙ୍କ ବିରୋଧରେ ମିଛ ଏତେଲା ଦେଇ ଗୋଟିଗୋଟି କରି ବାନ୍ଧିବି ତୁରନ୍ତ ଏଠାରୁ ଯାଅ, ନଚେତ ଧକ୍କା ମାରି ଏଠାରୁ ବାହାର କରିଦେବି ବୋଲି କହିଥିଲେ।
ଆମ୍ଭେ ଏହି ଘଟଣା ସଂପର୍କରେ ମହିଳା ଗୋଷ୍ଠୀଙ୍କୁ କହିଥିଲୁ। କିନ୍ତୁ ସେମାନେ ଏ ବିଷୟରେ କିଛି ବୁଝି ପାରିବୁନି କହିବାରେ ବାଧ୍ୟ ହୋଇ ଥାନାରେ ଆଶ୍ରୟ ନେଇଛୁ ବୋଲି ତାଙ୍କ ଅଭିଯୋଗରେ ଦୁଇ ଦଳିତ ମହିଳା ଅଭିଯୋଗରେ ଦର୍ଶାଇଛନ୍ତି।
ପ୍ରତ୍ୟେକ ଦିନ ରାଜ୍ୟ ସରକାର ନାରୀ ସୁରକ୍ଷାର ନାରା ଦେଉଛନ୍ତି। ଆଜି ତାଙ୍କରି ଅଧୀନରେ କାମ କରୁଥିବା ଜଣେ ସରକାରୀ ଅଧିକାରୀଙ୍କ ନାରୀମାନଙ୍କ ପ୍ରତି ଏଭଳି ଆଚାରଣକୁ ମହିଳା ଗୋଷ୍ଠୀ ତୀବ୍ର ନିନ୍ଦା କରିଛି। ଏପଟେ ଅଭିଯୋଗ ଆଧାରରେ ପୁଲିସ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ଜାରି ରଖିଛି।
puri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/21/bamanala-2025-09-21-15-52-33.jpg)