ପୁରୀ: ଆଜି ଅନବସରର ଦ୍ୱିତୀୟ ଦିନ। ଅଣସର ଘରେ ମହାପ୍ରଭୁଙ୍କ ନିକଟରେ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ରଙ୍ଗର ଫୁଲ ଲାଗି ନୀତି ସମ୍ପନ୍ନ କରୁଛନ୍ତି ଦଇତାପତି ସେବାୟତ। ବୈଦ୍ୟରାଜଙ୍କ ପରାମର୍ଶକ୍ରମେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନା ଓ ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଭୋଗ କରାଯାଉଛି।
Advertisment
ଏଣେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟି ଦିଅଁଙ୍କ ପୂଜାର୍ଚ୍ଚନା। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଏବେ ପଟି ଦିଅଁ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଦେବୀ ଭୁବନେଶ୍ୱରୀଙ୍କ ଦର୍ଶନ କରୁଛନ୍ତି। ଶ୍ରୀଜିଉଙ୍କ ଅଣସର ସମୟରେ ହିଁ ଏହି ପଟି ଦିଆଁ ପୂଜା ପାଇଥାନ୍ତି। ଅଣସର ପରେ ପଟି ଦିଅଁଙ୍କୁ ବିସର୍ଜନ କରାଯିବାର ପରମ୍ପରା ରହିଛି। ସେପଟେ ଦ୍ୱିତୀୟ ଦିନରେ ଅଲାରନାଥଙ୍କ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ରତ୍ନବେଦୀରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଏବେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରୁଛନ୍ତି।