କୋଣାର୍କ (ସୁକାନ୍ତ ବିଶ୍ବାଳ): ‘ପରିବେଶ ଓ ଜଳବାୟୁ ପରିବର୍ତ୍ତନ’ ସମଗ୍ର ବିଶ୍ବ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି। ଜଙ୍ଗଲ ଅବକ୍ଷୟ, ଅଦିନିଆ ବର୍ଷା ହେବା, ଶରତରେ ବର୍ଷା ଲାଗି ରହିବା, ଶୀତଋତୁରେ ଗରମ ଲାଗିବା, ବସନ୍ତରେ ମଳୟ ପବନ ନବହିବା‌ ନେଇ ପରିବେଶବିତ୍‌ ଓ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଉଛି। ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ବବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ତଥାପି ତୃଣମୂଳସ୍ତରରେ ଲୋକେ ସଚେତନ ହେଉ ନଥିବାରୁ ପରିବେଶକୁ ସୁରକ୍ଷା ଦିଆଯାଇ ପାରୁନାହିଁ। ଫଳରେ ଜଳବାୟୁରେ ସୁଧାର ଅଣାଯାଇ ପାରୁନାହିଁ। ‘ପରିବେଶ ଓ ଜଳବାୟୁ ପରିବର୍ତ୍ତନ’ ନେଇ ସଚେତନର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗରେ ବାଲୁକା କଳା ଉତ୍ସବର ଆୟୋଜନ କରାଯାଇଛି, ଯାହାକୁ ଦେଖିବାକୁ ପର୍ଯ୍ୟଟକମାନେ ଅଟକି ଯାଉଛନ୍ତି।  

Advertisment
Konark sand art
International sand art festival day2 on Tuesday. Photograph: (sambad.in)

୬ଟି ଦେଶର ଶିଳ୍ପୀଙ୍କ ପ୍ରଦର୍ଶନ

କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ୧୫ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମଙ୍ଗଳବାର ସ୍ପେନ, ରୁଷିଆ, ପର୍ତ୍ତୃଗାଲ, ଜାପାନ ଓ ଶ୍ରୀଲଙ୍କାର ବାଲୁକା ଶିଳ୍ପୀମାନେ ସେମାନଙ୍କର କଳା ପ୍ରଦର୍ଶନ କରିଛନ୍ତି। ଏହି ସମାରୋହରେ ଓଡ଼ିଶା ଭାରତର ବିଭିନ୍ନ ରାଜ୍ୟରୁ ମଧ୍ୟ ବାଲୁକା କଳା ଶିଳ୍ପୀମାନେ ଅଂଶଗ୍ରହଣ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଭକ୍ତି ଓ ନିବେଶର ଯୁଗଳବନ୍ଦୀ: ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କୁ ଟାଣୁଛି ବାଲୁକା କଳା, ମ୍ୟୁଚୁଆଲ୍ ଫଣ୍ଡ୍‌ର ଲାଭ ବିଷୟରେ ଜଣାଉଛି

କ୍ୟାମେରାରେ କଏଦ ବାଲୁକା କଳା

ଏହି ଉତ୍ସବରେ ୧୪୦ ଜଣ ବାଲୁକା ଶିଳ୍ପୀମାନଙ୍କ ମଧ୍ୟରୁ ଆଜି ମହିଳା ବାଲୁକା ଶିଳ୍ପୀମାନେ ‘ପରିବେଶ ଓ ଜଳବାୟୁ ପରିବର୍ତ୍ତନ’କୁ ନେଇ ବିଭିନ୍ନ ବାଲୁକା କଳା ଅତିସୂକ୍ଷ୍ମ ଭାବେ ନିର୍ମାଣ କରି ସଚେତନତା ବାର୍ତ୍ତା ଦେଇଥିଲା ବେଳେ ପୁରୁଷ ବାଲୁକା ଶିଳ୍ପୀମାନେ ‘ବନ୍ୟ ଜନ୍ତୁ ଓ ପରିବେଶ ଭିତ୍ତିକ ପର୍ଯ୍ୟଟନ’କୁ ନେଇ ବାଲୁକା କଳାକୃତି ପଦର୍ଶନ କରିଛନ୍ତି। ଆଜିର ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ କଳାକୃତି ଗୁଡ଼ିକ ବାଲୁକା କଳା ଶିଳ୍ପୀଙ୍କ କଳାକୃତି ଅତ୍ୟନ୍ତ ଉଚ୍ଚ କୋଟିର ଥିଲା। ବାଲୁକା କଳା ନିକଟରେ ପର୍ଯ୍ୟଟକଙ୍କ ପାଇଁ ଥିବା ବିଭିନ୍ନ ଫଟୋ ଗ୍ୟାଲେରିରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଜମୁଥିବା ପରିଲକ୍ଷିତ ହୋଇଛି। ପର୍ଯ୍ୟଟକମାନେ ଏହି ମନୋରମ ଦୃଶ୍ୟକୁ ନିଜ କ୍ୟାମେରାରେ ଧରି ରଖିବା ପାଇଁ ସେଲ୍ଫି ନେଇଥିଲେ। ଅନେକ ରିଲ୍‌ସ କରି ଫେସବୁକ୍‌ ଓ ୟୁଟ୍ୟୁବରେ ଅପ୍‌ଲୋଡ୍‌ କରି ମଜା ଉଠାଇଥିଲେ। 

Om Prakash Sahu
ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାର ଶିଳ୍ପୀ ଓମପ୍ରକାଶ ସାହୁ। Photograph: (sambad.in)

ଆହୁରି ପଢ଼ନ୍ତୁ: International Sand Art Festival: ଚମକିଲା କୋଣାର୍କ, ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହେଲା ‌କୋଣାର୍କର ବେଳାଭୂମି