ଅସ୍ତରଙ୍ଗ: ବୋଲେରୋରୁ ୩ ଲକ୍ଷ ୨ହଜାର ଟଙ୍କା ଜବତ କଲା ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌

ଅସ୍ତରଙ୍ଗ: ଶନିବାର ମଧ୍ୟରାତ୍ରୀରେ ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ ଏବଂ ଅସ୍ତରଙ୍ଗ ପୁଲିସର ମିଳିତ ଯାଞ୍ଚ ବେଳେ ଅସ୍ତରଙ୍ଗ-କାକଟପୁର ମୁଖ୍ୟରାସ୍ତାର ଉକୁଳେଇ ଛକ ଠାରେ ଗୋଟାଏ ବୋଲେରୋ ଗାଡ଼ିରୁ ୩ ଲକ୍ଷ ୨ ହଜାର ନଗଦ ଟଙ୍କା ଜବତ କରିଛନ୍ତି।
ବାଲି ଦୋକାନ ଅଞ୍ଚଳର ଉକ୍ତ ଗାଡ଼ି ମାଲିକ ଅପୂର୍ବ ରାୟଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା କଥା ଅସ୍ତରଙ୍ଗ ଆଇଆଇସି ରଞ୍ଜନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ଶୁଣାଯାଉଛି ଗାଡ଼ିରେ ୮ ଲକ୍ଷ ଟଙ୍କା ଯାଉଥିଲା।

ଅପୂର୍ବ ରାୟ କହୁଛନ୍ତି କି, ଜବତ ହୋଇଥିବା ଟଙ୍କା ତାଙ୍କ ଭଉଣୀ ବାହାଘର ପାଇଁ ଯାଉଥିଲା। ପୁଲିସ ଏ ସଂକ୍ରାନ୍ତରେ ନିର୍ବାଚନ କମିସନ୍‌ଙ୍କୁ ରିପୋର୍ଟ କରିବା ପରେ ନିର୍ବାଚନ କମିସନ୍‌ଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ଏବଂ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର