ଅସ୍ତରଙ୍ଗ ଗଣହତ୍ୟା ମାମଲା : ୨ଜଣଙ୍କୁ ଆଜୀବନ କାରାଦଣ୍ଡ

ନିମାପଡ଼ା : ବହୁଚର୍ଚ୍ଚିତ ଅସ୍ତରଙ୍ଗ ଗଣହତ୍ୟା ଘଟଣାରେ ଆଜି ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ୪ ଅଭିଯୁକ୍ତଙ୍କ ପାଇଁ ଦଣ୍ଡଘୋଷଣା ଶୁଣାଇଛନ୍ତି। େମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଯାବଜ୍ଜୀବନ (ମୃତ୍ୟୁପର୍ଯ୍ୟନ୍ତ) ଏବଂ ଜଣକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୫ ମସିହା ସେପ୍ଟେମ୍ବର ୨୧ ତାରିଖ ରାତିରେ ଅସ୍ତରଙ୍ଗ ଥାନା ଦିନାଡିହ ଗାଁର ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକଙ୍କ ପରିବାରର ୪ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଅନେକ ତଥ୍ୟ ପ୍ରମାଣ ଓ ଗିରଫ ଅଭିଯୁକ୍ତଙ୍କ ବୟାନକୁ ଭିତ୍ତି କରି ତଥା ସାକ୍ଷୀଙ୍କ ବୟାନକୁ ନେଇ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଅଭିଯୁକ୍ତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨ ଜଣଙ୍କୁ ହତ୍ୟାକାରୀ ଓ ଜଣକୁ ହତ୍ୟା ଷଡ଼ଯନ୍ତ୍ରକାରୀ ତଥା ହତ୍ୟାରେ ସହଯୋଗ କରିଥିବା ଦୋଷ ପ୍ରମାଣିତ ହୋଇଥିଲା। ତଦନୁଯାୟୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଆଜି ଦଣ୍ଡାଦେଶ ଶୁଣାଇଥିଲେ। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୨ ଅଭିଯୁକ୍ତ ହେଲେ ରହିମ୍‌ ଖାନ୍‌ ଓ ପତ୍ନୀ ଆୟେଶା ବେଗମ୍‌। ସେହିଭଳି, ଅନ୍ୟତମ ଦୋଷୀ ଫକିର ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଫକିର  ହେଉଛି ମୃତ ଦିନବନ୍ଧୁଙ୍କ ସଢ଼ୁ। ତେବେ ସମସ୍ତ ଦୋଷୀ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର