ରାଜସ୍ୱ ମନ୍ତ୍ରୀଙ୍କ ପିଏଙ୍କୁ ଆକ୍ରମଣ

ଖଣ୍ଡା ଚୋଟରେ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ପୁରୀ : ଆଜି ରାତିରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଭବାନୀ ଶଙ୍କର ସାହୁ କେତେକ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ସେଠାରେ ଉପସ୍ଥିତ ଥିବା କପ ଓରଫ ସୋମନାଥ ସାହୁ ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱର କଳିଙ୍ଗ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖବର ପାଇ କୁମ୍ଭାରପଡ଼ା ଥାନା, ସମୁଦ୍ରକୂଳ ଥାନା ଆଇଆଇସି, ସିଟି ଡିଏସ୍‌ପି ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସୂଚନା ଅନୁଯାୟୀ ଚୂଡ଼ଙ୍ଗ ସାହିର ଭବାନୀ ଶଙ୍କର ବସ୍‌ଷ୍ଟାଣ୍ଡ ପାଖ ଖାକିମଠ ନୂଆ ସାହିରେ ଏକ ପୋଷାକ ତିଆରି ୟୁନିଟ୍‌ ଖୋଲିଛନ୍ତି। ଆଜି ରାତି ପ୍ରାୟ ଏଗାରଟାରେ ସେ ଏଠାରୁ ଏକ ସ୍କୁଟିରେ କପ ସହିତ ଘରକୁ ଫେରୁଥିବା ବେଳେ ପୋଷାକ ତିଆରି ଫାକ୍ଟି୍ରି ଠାରୁ ମାତ୍ର ଶହେ ମିଟର ଦୂରରେ ଚାରି ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କୁ ଅଟକାଇଥିଲେ। ଭବାନୀ ଓ କପ କିଛି ବୁଝିବା ପୂର୍ବରୁ ଏହି ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଭବାନୀଙ୍କୁ ଆକ୍ରମଣ କରିଥିଲେ। କପ ଏହାର ବିରୋଧ କରିବାରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର