ନାଚ ବନ୍ଦ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୁଲିସ କର୍ମଚାରୀ

ପୁରୀ: ନାଚ ବନ୍ଦ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୁଲିସ । ପୁଲିସକୁ ଗୋଡାଇ ପିଟିଲେ ଗାଁଲୋକ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବଳଙ୍ଗା ପ୍ରଧାନ ସାହିରେ ଘଟିଛି ଏପରି ଘଟଣା । ଗାଁରେ ପରମ୍ପରା ଅନୁସାରେ ସହ ସହ ବର୍ଷ ପୂର୍ବରୁ ଗାଁରେ ନାଗା ନାଚ ହେଇ ଆସୁଥିଲା । ଚଳିତ ବର୍ଷ କରୋନା କଟକଣା ନମାନି ଗାଁଲୋକ ନାଗା ନାଚ କରୁଥିଲେ ।

ଆଉ ଠିକ୍ ସମୟରେ ପୁଲିସ ଗାଁରେ ପହଞ୍ଚି କରୋନା ନିୟମକୁ ମାନିବାକୁ କହିଥିବା ବେଳେ ନାଗା ନାଚ ନକରିବାକୁ କହିିଥିଲେ । ପୁଲିସ ବାବୁଙ୍କ ଏହି କଥାରେ ସ୍ଥାନୀୟ ଯୁବକମାନେ ଉତକ୍ଷିପ୍ତ ହୋଇପଡ଼ିଥିଲେ । ପୁଲିସ ଗାଡି ଉପରକୁ ଆକ୍ରମଣ କରିବା ସହିତ ପୁଲିସଙ୍କୁ ଦୁର୍ବବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଘଟଣା ଉପରେ ପିପିଲି ଏସଡିପିଓ ଓ ପୁରୀ ଏସପି ନଜର ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି।
ସମ୍ବନ୍ଧିତ ଖବର