ପୁରୀ : କାକଟପୁର ବ୍ଲକ୍ର ୧୫ରୁ ଅଧିକ ଲୋକ ଆଜି ପୁରୀ ସ୍ବର୍ଗଦ୍ବାରରେ ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ଫେରୁଥିବା ବେଳେ ଭିଆଇପି ରୋଡ୍ରେ ପୁଲିସ ସହ ହାତାହାତି ହୋଇଛି। ସେମାନେ ଭିଆଇପି ରୋଡ୍ରେ ରାସ୍ତା ଉପରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିବା ବେଳେ ସେଠାରେ ପାଟ୍ରୋଲିଂ କରୁଥିବା ସ୍ପେଶାଲ୍ ସ୍କ୍ବାଡ୍ର ଏସ୍ଆଇ ଅଜୟ ନାୟକ ସେମାନଙ୍କୁ ରାସ୍ତାରୁ ହଟିବାକୁ କହିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସଂପୃକ୍ତ ଲୋକମାନେ ଏସ୍ଆଇ ଶ୍ରୀ ନାୟକଙ୍କୁ ମାଡ଼ ମାରିଥିଲେ।
ଖବର ପାଇ ସମୁଦ୍ରକୂଳ ଥାନାର ୩ ଜଣ କନେଷ୍ଟବଳ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନଙ୍କୁ ମଧ୍ୟ ମାଡ଼ ହୋଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ ଶ୍ରୀ ନାୟକଙ୍କ ଅଭିଯୋଗ କ୍ରମେ ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା ରୁଜୁ କରି ସନ୍ତୋଷ ଦାସ ଓ ତୁଷାର ଦାସଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/group-clash.jpg)