ପୁରୀ: ‘ଫନି’ ପ୍ରଭାବରେ ଛାରଖାର ହୋଇଯାଇଛି ପୁରୀ-ବାଲୁଖଣ୍ଡ ଅଭୟାରଣ୍ୟ। ନଷ୍ଟ ହୋଇଯାଇଛି ଏହାର ପ୍ରାକୃତିକ ସବୁଜିମା। ଭାଙ୍ଗି ଦେଇଛି ଲକ୍ଷ ଲକ୍ଷ ଝାମୁ ସହ ଅନ୍ୟାନ୍ୟ ମୂଲ୍ୟବାନ୍ ଗଛ। ଏହା ସହ ନେଇଯାଇଛି ଶତାଧିକ ସଂଖ୍ୟାରେ ବନ୍ୟଜନ୍ତୁଙ୍କ ଜୀବନ। ଅନେକ ବନ୍ୟଜନ୍ତୁ ଏହି ବାତ୍ୟା ପ୍ରଭାବରେ ଆଖି ବୁଜିଛନ୍ତି। ଯାହାର ନକରାତ୍ମକ ପ୍ରଭାବ ବି ଆରମ୍ଭ ହୋଇଗଲାଣି। ବନ୍ୟଜନ୍ତୁଙ୍କ ମୃତ୍ୟୁ ପରେ ଅଭୟରଣ୍ୟ ଭିତରୁ ଉତ୍କଟ ଗନ୍ଧ ବାହାରିବା ଆରମ୍ଭ ହେଲାଣି। କେବଳ ବନ୍ୟଜନ୍ତୁ ନୁହନ୍ତି, ଅନେକ ଗାଈଗୋରୁ, କୁକୁରଙ୍କ ମଲା ଶବ ବି ପଡ଼ିରହିଛି। ଏଭଳି ପରିସ୍ଥିତିରେ ଯଦି ଆଶୁ ପ୍ରତିକାର ବ୍ୟବସ୍ଥା କରାନଯାଏ, ପୁରୀ ସହର ସମେତ ଆଖପାଖ ଅଞ୍ଚଳରେ ଯେ ମହାମାରୀ ବ୍ୟାପିବ ଏଥିରେ ସନ୍ଦେହ ନାହିଁ। ଅନ୍ୟପଟେ ବନ ବିଭାଗକୁ ପଚାରିଲେ, କେତେ ବନ୍ୟଜନ୍ତୁ ମରିଛନ୍ତି, କେତେ ବଞ୍ଚିଛନ୍ତି ତାର ଉତ୍ତର କାହାରି ପାଖରେ ନାହିଁ। କିଛି ବନ ଅଧିକାରୀ ବନ୍ୟଜନ୍ତୁ ମରିବା କଥାକୁ ଫାଙ୍କିବା ଆରମ୍ଭ କରିଛନ୍ତି। ବନ୍ୟଜନ୍ତୁମାନେ ସୁରକ୍ଷିତ ଥିବା କହୁଛନ୍ତି। ସୈକତ ନିବାସରେ ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ଅନେକ ହରିଣଙ୍କୁ ରଖାଯାଇଥିଲା। କିନ୍ତୁ ଏହି ହରିଣଙ୍କର ଆଜି ପର୍ଯ୍ୟନ୍ତ ପତ୍ତା ନାହିଁ। କେହି କେହି ସମୁଦ୍ରରେ ହରିଣମାନେ ଭାସି ଯାଇଥିବା କହୁଥିବା ବେଳେ ଘଞ୍ଚ ଜଙ୍ଗଲ ଭିତରେ ଏମାନେ ମରି ପଡ଼ିଥିବା କହିଛନ୍ତି। ଅଭୟାରଣ୍ୟ ଭିତରେ ଲକ୍ଷାଧିକ ଗଛ ଭାଙ୍ଗି ପଡ଼ିଥିବାରୁ ଏହା ଭିତରେ ପ୍ରବେଶ ଅସମ୍ଭବ ହୋଇପଡ଼ିଛି। ଏଣୁ ମୃତାହତ ହରିଣଙ୍କର କୌଣସି ଖୋଜଖବର ମିଳିପାରୁନାହିଁ।
ବାଲୁଖଣ୍ଡ ଅଭୟାରଣ୍ୟ ସଫା
/sambad/media/post_attachments/wp-content/uploads/2019/05/puri-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)